ନୂଆଦିଲ୍ଲୀ-୨୦୦୧ ମସିହା ସେପ୍ଟେମ୍ବର ୧୧। ଆମେରିକା ଇତିହାସର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ। ସେଦିନ ଚାରିଟି ଯାତ୍ରୀବାହୀ ବିମାନକୁ ହାଇଜ୍ୟାକ୍ କରିଥିଲେ ଆତଙ୍କବାଦୀ। ଦୁଇଟି ବିମାନ ନ୍ୟୁୟର୍କର World Trade Centerରେ ଧକ୍କା ଦେଇଥିଲା। ଆଉ ଗୋଟିଏ ବିମାନ Pentagonରେ ଧକ୍କା ଦେଇଥିଲା। କିନ୍ତୁ ଚତୁର୍ଥ ବିମାନ United Airlines Flight ୯୩ ନିଜ ଟାର୍ଗେଟ୍ରେ ପହଞ୍ଚିପାରିନଥିଲା , କାହିଁକି? ଏହା ପଛରେ ରହିଛି ଏକ ଫୋନ୍ କଲ୍ର କାହାଣୀ। Flight 93ରେ ଥିଲେ ଯାତ୍ରୀ Tom Burnett। ବିମାନ ହାଇଜ୍ୟାକ୍ ହେବା ପରେ ସେ ତାଙ୍କ ସ୍ତ୍ରୀ Deenaଙ୍କୁ ଫୋନ୍ କରିଥିଲେ। କଥାବାର୍ତ୍ତା ସମୟରେ Tom ଜାଣିବାକୁ ପାଇଥିଲେ ଯେ ଅନ୍ୟ ବିମାନଗୁଡ଼ିକ ମଧ୍ୟ ହାଇଜ୍ୟାକ୍ ହୋଇଛି ଏବଂ ନ୍ୟୁୟର୍କରେ ବଡ଼ ଆକ୍ରମଣ ହୋଇସାରିଛି। ଏହି ସୂଚନା ପାଇବା ପରେ Flight 93ର ଯାତ୍ରୀମାନେ ବୁଝିଥିଲେ ଯେ ଏହା କେବଳ ଏକ ବିମାନ ହାଇଜ୍ୟାକ୍ ଘଟଣା ନୁହେଁ। ବିମାନକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରେ। ଏହାପରେ ଯାତ୍ରୀମାନେ ଏକାଠି ହୋଇ ହାଇଜ୍ୟାକରଙ୍କ ବିରୋଧରେ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଲେ। ସକାଳ ପ୍ରାୟ ୯ଟା ୫୭ରେ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କକପିଟ୍ ଦଖଲ କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ଧରି କକପିଟ୍ରେ ଥିବା ହାଇଜ୍ୟାକର ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ଶେଷରେ ସକାଳ ପ୍ରାୟ ୧୦ଟା ୦୩ରେ Flight 93 ପେନସିଲଭାନିଆର Shanksville ନିକଟରେ ଖସିପଡ଼ିଥିଲା। ବିମାନରେ ଥିବା ୪୦ ଜଣ ଯାତ୍ରୀ ଓ କୃ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

ଆମେରିକାର National Park Service ଅନୁସାରେ, Flight 93ର ସମ୍ଭାବ୍ୟ ଟାର୍ଗେଟ୍ ମଧ୍ୟରେ US Capitol ଏବଂ White House ଥିବା ବିଷୟରେ ତଦନ୍ତରେ ଆଲୋଚନା ହୋଇଛି। ସେଦିନ Flight 93ର ଯାତ୍ରୀମାନେ ଯେଉଁ ପ୍ରତିରୋଧ କରିଥିଲେ, ତାହାର ଫଳରେ ବିମାନଟି Washington D.C. ଅଞ୍ଚଳରେ ପହଞ୍ଚିପାରିନଥିଲା। ଏହି ଘଟଣାରେ ଫୋନ୍ କଲ୍ଗୁଡ଼ିକର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଯାତ୍ରୀମାନେ ବାହାରେ ଘଟୁଥିବା ଆକ୍ରମଣ ବିଷୟରେ ଜାଣିପାରିଥିଲେ ଏବଂ ତାହାପରେ ହାଇଜ୍ୟାକରଙ୍କ ବିରୋଧରେ ପଦକ୍ଷେପ ନେଇଥିଲେ। ସରକାରୀ ରେକର୍ଡ ଅନୁସାରେ, Flight 93ରୁ ମୋଟ ୩୭ଟି ଫୋନ୍ କଲ୍ ହୋଇଥିଲା। ଗୋଟିଏ ଫୋନ୍ କଲ୍, ଅନେକ ଯାତ୍ରୀଙ୍କୁ ମିଳିଥିବା ସୂଚନା ଏବଂ ତା'ପରେ ଏକାଠି ହୋଇ ନିଆଯାଇଥିବା ପଦକ୍ଷେପ ୯/୧୧ର Flight 93 ଘଟଣା ଆଜି ବି ଆମେରିକା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇ ରହିଛି।