ମନାଲି,|୦୭ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଏପରିକି ଅନେକ ସ୍ଥାନରେ ଭୂସ୍ଖଳନର ଖବର ଆସୁଛି । ରାସ୍ତା ବନ୍ଦ ହୋଇଯାଇଛି । ତେବେ ଭୂସ୍ଖଳନ ଏବଂ ମାଟି ଧସିବା କାରଣରୁ ରାଜ୍ୟରେ ୯ ଜଣ ପ୍ରାଣ ହରାଇଥିବା ଜଣା ପଡିଛି । ଆଗକୁ ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁନ ୩୦ ତାରିଖରେ ହିମାଚଳ ପ୍ରଦେଶରେ ମୌସୁମୀ ପ୍ରବେଶ କରିଥିଲା । ସେବେଠୁ ଜୁନ ୨ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାସହ ଭିନ୍ନ ଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଯେଉଁଥିରେ ୯ ଜଣ ପ୍ରାଣ ହରାଇଛନ୍ତି । ଚମ୍ବା,, କୁଲୁ, ମଣ୍ଡି ଏବଂ ଲାହୋଲ ସ୍ପିତିରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଶିମଲାରେ ଜୁଇ ଜଣେ ଏବଂ କାଙ୍ଗଡାରେ ତିନି ଜଣଙ୍କ ଜୀବନ ଯାଇଛି । ଏହାସହ ପ୍ରାୟ ୭୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି ।

୪୬ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ହେଉଥିବା ମୂଷଳଧାରାର ବର୍ଷା ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ପ୍ରାୟ ୪୬ଟି ରାସ୍ତା ବନ୍ଦ ହୋଇଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସାବଧାନ ରହିବାକୁ ସୂଚନା ଦିଆଯାଇଛି । କଲ୍ଲୁରେ ୧୮ଟି, ମଣ୍ଡିରେ ୧୫ଟି, ସିରମୋରରେ ୯ଟି, ଲାହୋଲରେ ୨ଟି ରାସ୍ତା ବନ୍ଦ ହୋଇଯାଇଛି । ଏହାବ୍ୟତୀତ ୧୮୧ଟି ବିଜୁଳି ଖୁଣ୍ଟ ଭାଙ୍ଗିଯାଇଛି ।

Also Read :-ଭାରତ ବୁଲିବାକୁ ଆସିଥିଲେ, ଇଂଲଣ୍ଡରେ ପହଁଚିଲା ପରେ ମୁଣ୍ଡରେ କୃମି ସାଲୁବାଲୁ : ବାହାର କରିବା ମୁସ୍କିଲ !

୫ ଯାଏଁ ବର୍ଷା

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଜୁଲାଇ ୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏହାପରେ ବର୍ଷାର ପ୍ରକୋପ କମିବ । କିନ୍ତୁ ପୁରା ବନ୍ଦ ହେବ ନାହିଁ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।