Weather Update: ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା ଓ କାଲି ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ମେଘୁଆ ପାଗ ସହ ଖରା ଗାୟବ ହୋଇଥିବା ବେଳେ ତାତିରୁ ମିଳିଛି ଆଶ୍ଵସ୍ତି। କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ଓ ପବନ ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ।

ଏସବୁ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ୭ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ , ବାଲେଶ୍ୱର, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ବଜ୍ରପାତ ସହ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ, ,ଖୋର୍ଦ୍ଧା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଏହି ୧୬ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ଓ ୪୦ ରୁ ୫୦ କିମି ବର୍ଷାକୁ ନେଇ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରାଯାଇଛି।

Also Read: ବିପତ୍ତି ଆଣିବ କି ବାରମ୍ବାର ଭୂକମ୍ପ ଝଟକା ? ଓଡ଼ିଶାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଭୂତତ୍ତ୍ୱ ବିଜ୍ଞାନୀ

୧୩ ଜିଲ୍ଲାରେ ବଜ୍ରପାତ ସହ ଝଡ଼ ପବନ

ସେହିପରି ଆସନ୍ତାକାଲି ସବୁ ଜିଲ୍ଲାକୁ ଵର୍ଷା ପାଇଁ ଚେତାବନୀ କରାଯାଇଥିବା ବେଳେ କୋରାପୁଟ, ରାୟଗଡ଼ା,  କଳାହାଣ୍ଡି,  ନବରଙ୍ଗପୁର,  କଟକ,  ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ୧୩ ଜିଲ୍ଲାରେ ବଜ୍ରପାତ ସହ ୫୦ ରୁ ୬୦ କିମି ଝଡ଼ ପବନ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ  ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେଜିପରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡା ଏହି ୪ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ସହ ସତର୍କତା ଜାରି କରିଛି ବିଭାଗ। ୬ ତାରିଖ ଯାଏ ପ୍ରବଳ ଵର୍ଷା ସହ ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Also Read: ବିପତ୍ତି ଆଣିବ କି ବାରମ୍ବାର ଭୂକମ୍ପ ଝଟକା ? ଓଡ଼ିଶାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଭୂତତ୍ତ୍ୱ ବିଜ୍ଞାନୀ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ

ସେପଟେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଆଗାମୀ ୪ ଦିନରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଏପଟେ ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୩ ରୁ ୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ । ଅନ୍ୟପଟେ ପାଣିପାଗ ଵିଶେଷଜ୍ଞ କହିଛନ୍ତି ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ବାୟୁମଣ୍ଡଳ ଉପରି ଭାଗରେ ଜଳୀୟବାଷ୍ପ ମଧ୍ୟ ରହିଛି। ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ସୃଷ୍ଚି ହେଉଛି । ୧୦ ଯାଏଁ ତାପମାତ୍ରା ବିଶେଷ ବଢ଼ିବ ନହିଁ। ୬-୧୦ ଅଧିକ ବର୍ଷା ସମ୍ଭାବନା ରହିଛି।

Also Read: ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

୪୦ ଡିଗ୍ରୀ ଉପରେ ୭ ଜିଲ୍ଲା

ସେପଟେ GFS ମଡେଲ ଆକଳନ ଅନୁସାରେ ମେ ୧୧ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା।ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ବାତ୍ୟା ଆଶଙ୍କା ନେଇ ବିଶେଷଜ୍ଞ କହିଛନ୍ତି ଏତେ ଶୀଘ୍ର ବାତ୍ୟାର ସ୍ପଷ୍ଟ ସୂଚନା ମଡେଲରୁ ଜାଣି ହେବନି। କିନ୍ତୁ ପାଗ ଅନୁକୂଳ ରହିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୬-୭ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଛି । ତାତି କମିବା ସହ ୧୩ ଜିଲ୍ଲାରେ ବର୍ଷା ହୋହଇଥିବା ବେଳେ ସର୍ବାଧିକ ବର୍ଷା ଚିଲିକାରେ ୬୦.୦୦ ମିମି ବର୍ଷା ରେକର୍ଡ ହୋଇଛି।