ଭୁବନେଶ୍ୱର ୨୯।୦୭ : ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆକ୍ସନରେ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଦେଶକ ଓ ସିଡିଏମଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକ । ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଭିସି ମାଧ୍ୟମରେ ଏହି ବୈଠକ ବସିଥିଲେ ।

ତେବେ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି କଠିନ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ମଧ୍ୟ କୁହାଯାଇଛି । ସେହିପରି ବନ୍ୟା ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read:-ଜାପାନ ଭୂମିକମ୍ପ : ସାମ୍ନାକୁ ଆସିଲା ଭୟଙ୍କର ଫଟୋ..ଦେଖିଲେ ଉଡ଼ିଯିବ ହୋସ୍

ଅନ୍ୟପଟେ ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ଜଟିଳ ରହିଛି । ତେଣୁ ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ତେଣୁ କୋଭିଡ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କୋଭିଡ ସତର୍କତା ଦୃଷ୍ଟିରେ ରଖିଛୁ । ରାଜ୍ୟ ସରକାରଙ୍କ ଯାହା ଗାଇଡଲାଇନ ଆସିବ, ତାହାକୁ ଆମେ ପାଳନ କରିବାକୁ ।