ନୂଆଦିଲ୍ଲୀ, ୨୯। ୦୭ : ଜାପାନ ଭୂମିକମ୍ପରେ ଥରିଛି । ଦେଶର ଅନେକ ସହରରେ ବଡ଼ ଧରଣର ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧ । ଏବେସୁଦ୍ଧା ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏତେ ଭୟଙ୍କର ଭୂମିକମ୍ପର ଫଟୋ ଧିରେ ଧିରେ ସାମ୍ନାକୁ ଆସୁଛି ।

ରିପୋର୍ଟ ଅନୁସାରେ, ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଡବଡ ସପିଂ ମଲ୍ କ୍ଷତିଗ୍ରସ୍ତ ହୋଇଛି । ଘର ଭାଙ୍ଗିଯାଇଛି । ଭଗ୍ନାବଶେଷ ତଳେ ଅନେକ ବ୍ୟକ୍ତି ଫସି ରହିଛନ୍ତି ।

ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ, ଅନେକ ବ୍ରିଜ, ରାସ୍ତା ଏବଂ ଘର କ୍ଷତିଗ୍ରସ୍ତ ହୋଇଛି । କିଛି ସ୍ଥାନରେ ନିଆଁ ଲାଗିଯାଇଛି । ବିଜୁଳି ବିଭ୍ରାଟ ଦେଖାଦେଇଛି ।

ଦ୍ୱିତୀୟ ଦିନ ମଧ୍ୟ ଜାପାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । କୁମାମୋଟୋ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅଢେଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।

ଦକ୍ଷିଣ ଜାପାନରେ ୭.୧ ତୀବ୍ରତାର ଭୂମିକମ୍ପ ପରେ କୁମାମୋଟୋ ପ୍ରାନ୍ତର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଜରୁରୀକାଳିନ ଟିମ୍ ଏହାକୁ ଆୟତ୍ତ କରିଥିଲେ ।

ସେହିପରି କିଛି ଜାଗାରେ ଟ୍ରେନ୍ ଦୁର୍ଘଟଣାଗସ୍ତ ହୋଇଛି । ରେଳ ଧାରଣାରେ ଥିବା ଟ୍ରେନ୍ ମଧ୍ୟ ଭୂମିକମ୍ପ ପରେ ଓଲଟି ପଡିଥିବା ଫଟୋ ଭାଇରାଲ ହେଉଛି ।