କେନ୍ଦ୍ରାପଡ଼ା ୧୮।୫: ପ୍ରଧାନ ଶିକ୍ଷକଙ୍କ ଭାରି ଲୋଭ । ସ୍କୁଲ ରାତ୍ର ଜଗୁଆଳିଙ୍କୁ ମଧ୍ୟ ଛାଡିଲେନି । କହିଲେ ୫ ହଜାର ଦିଅ ବକେୟା ଦରମା କରାଇଦେବି । ଏହା ଶୁଣି ଓ୍ବାଚ୍ମ୍ୟାନ୍ ଜଣଙ୍କ ପ୍ରଧାନ ଶିକ୍ଷକଙ୍କୁ ପାନେ ଚଖାଇବାକୁ ନିଷ୍ପତ୍ତି ନେଲେ । ପ୍ରଧାନଶିକ୍ଷକଙ୍କୁ ୫ ହଜାର ଦେବେ ବୋଲି ହଁ ମାରିଲେ, ସେପଟେ ଭିଜିଲାନ୍ସକୁ ଜଣାଇଦେଲେ । ପ୍ଲାନ୍ ମୁତାବକ ପ୍ରଧାନ ଶିକ୍ଷକ ଓ୍ବାଚମ୍ୟାନ୍‌ଙ୍କୁ ଠାରୁ ୫ ହଜାର ଧରୁ ଧରୁ ତାଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।

ସ୍କୁଲ ରାତ୍ର ଜଗୁଆଳି ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ । ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଚଢେଇଗୁଆଁ ସ୍ଥିତ ଯୁଗରୁପା ବିଦ୍ୟାଭବନ ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ଦାସ । ସ୍କୁଲ ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା କରେଇ ଦେବା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଅଫିସରେ ଲାଞ୍ଚ ନେଉଥିଲେ l

Also Read:- ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ର ପ୍ରଭାବ, ସାଇକେଲ୍‌ରେ ହାଇକୋର୍ଟ ଗଲେ ୩ ବିଚାରପତି

ଖବର ପାଇ ଛକି ରହିଥିବା କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍ ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କ ଲାଞ୍ଚ ଟଙ୍କା ସହ କାବୁ କରି ନେଇଥିଲା l କଟକ ଭିଜିଲାନ୍ସ ଟିମ୍ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି ଭିଜିଲାନ୍ସ ।