ନୂଆଦିଲ୍ଲୀ,|୦୭:ଡେବ୍ୟୁ କରିଛନ୍ତି ବୈଭବ । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆରମ୍ଭ କରିଛନ୍ତି ଇନିଂସ । ସର୍ବକନିଷ୍ଠ ବ୍ୟାଟର ଭାବେ ସେ ଭାରତ ପାଇଁ ଖେଳିଛନ୍ତି ମୁକାବିଲା । ସଚିନ ତେନ୍ଦୁଲକରଙ୍କ ରେକର୍ଡ ବି ଭାଙ୍ଗିଛନ୍ତି । କିନ୍ତୁ ନିଜର ପ୍ରଥମ ମୁକାବିଲାରେ ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି କଷ୍ଟ ଏବଂ ଯନ୍ତ୍ରଣା ।

ରିପୋର୍ଟ ଅନୁସାରେ, ଶନିବାର ଦ୍ୱିତୀୟ ଟି୨୦ରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଇଂଲଣ୍ଡ । ସମସ୍ତଙ୍କ ନଜର ଥିଲା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । କାରଣ ତାଙ୍କୁ ଖେଳାଇବା ନେଇ ଖୁବ୍ ଚାପ ପଡୁଥିଲା । ହେଲେ ସେ ନିରାଶ କରିଥିଲେ । ତଥାପି ଲଗାଇଥିଲେ ଦୁଇଟି ବିଶାଳ ଛକା ।

ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା । ନିଜ ଅନ୍ଦାଜରେ ଇନିଂସ ଆରମ୍ଭ କରିଥିଲେ ବୈଭବ । ଇଂଲିଶ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ବଲରେ ବୈଭବ ଛକା ମାରିଥିଲେ । ଜୋଫ୍ରା ବଲକୁ ବୈଭବଙ୍କ ଗୋଡ ପାଖକୁ ପକାଇଥିଲେ । ସେ ଏହାକୁ ଫ୍ଲିକ୍ ସଟ୍ ଖେଳିଥିଲେ ।

ତେବେ ବଲଟି ସିଧା ଯାଇ ଡିପ୍ ଫାଇନ୍ ଲେଗରେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ଫ୍ୟାନ୍ସଙ୍କ ହାତରେ ବାଜିଥିଲା । ଦୁଇ ଜଣ ଫ୍ୟାନ୍ସ ବଲକୁ ଧରିଲା ବେଳେ ଏହି ଘଟଣା ଘଟିଥିଲା । ବଲ ବାଜିବା ପରେ ଦର୍ଶକ ଜଣଙ୍କ ହାତକୁ ଜୋରରେ ଧରି ପକାଇଥିଲେ । ତାଙ୍କୁ ଯନ୍ତ୍ରଣା ମଧ୍ୟ ହେଉଥିଲା । 

Also Read :- Shreyas Iyer: ଲଗାତର ୩ଟା ମ୍ୟାଚ ହାରିବା ପରେ ଶ୍ରେୟସଙ୍କ କ୍ୟାପ୍ଟେନ୍ସି ଉପରେ ଉଠିଲା ପ୍ରଶ୍ନ...

ତେବେ ବୈଭବଙ୍କ ଇନିଂସ ବେଶି ସମୟ ତିଷ୍ଠି ନଥିଲା । ଓ୍ୱିଲ୍ ଜାକ୍ସଙ୍କ ଏକ ବଲରେ ସେ ବଡ ସଟ୍ ଖେଳିବାକୁ କ୍ରିଜ୍ ବାହାରକୁ ଚାଲିଯାଇଥିଲେ । ଫଳରେ ସେ ଷ୍ଟମ୍ପ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ ।