ନୂଆଦିଲ୍ଲୀ: ମରଣକୁ ଥିଲା ଅପେକ୍ଷା । ଯମ ଦେବତାଙ୍କୁ ନେହୁରା ହେଉଥିଲେ ବାପା ମାଆ । କେବେ ଆସିବେ ପୁଅକୁ ନେବେ । ଶେଷରେ ଅଭିଭାବକଙ୍କ ଇଚ୍ଛାକୁ ମିଳିଛି ମଞ୍ଜୁରୀ । ୧୩ ବର୍ଷ ୧୩ ଦିନ ଯନ୍ତ୍ରଣାର ଅନ୍ତ । କୋଳ ଛାଡି ଉଡିଯାଇଛି ପାରା । ଏଠି ଜୀବନ ହାରିଛି ଜିତିଛି ମରଣ । ହୁଏତ ମରଣ ଏହା ଜିତାପଟ କିନ୍ତୁ ଏହି ବିଜୟରେ ବି ଖୁସି ହାରିବା ଲୋକର । କାରଣ ଏହା ଥିଲା ସମ୍ମାନର ମୃତ୍ୟୁ, ଇଚ୍ଛା ମୃତ୍ୟୁର ଲଢେଇ । ଆଜ୍ଞା ହଁ ଆମେ ସେହି ହତାଭାଗା ବାପା ମାଆଙ୍କ କଥା କହୁଛୁ, ଯିଏ କି ପୁଅ ମରଣରେ ଅଧିକ ଖୁସି ବ୍ୟକ୍ତ କରୁଛନ୍ତି । ପୁଅକୁ ହରାଇବାର ଦୁଃଖ ଯେତିକି, ଯିବାର ଖୁସି ବି ସେତିକି । ମନର କୋହକୁ ପଥର ଚଳେ ଚାପି ସନ୍ତାନକୁ ଦୁଃଖଦ ବିଦାୟ ଦେଇଛନ୍ତି ମୃତ ହରିଶଙ୍କ ବାପା ମାଆ ।

​​​​​​​କଣ କହିଥିଲେ ହରିଶଙ୍କ ବାପା?

ଅଲବିଦା ହରିଶ, ଆତ୍ମାକୁ ମିଳୁ ଶାନ୍ତି । ହରିଶଙ୍କ ବାପା ଅଶୋକ ରାଣାଙ୍କ ଏହା ଥିଲା ଶେଷ ମେସେଜ । ସୋସାଇଟି ଗ୍ରରୁପ୍ରେ ବାପା ପୁଅର ବିୟୋଗରେ ଏମିତି ଜଣାଇଥିଲେ ବନ୍ଧୁ ପରିଜନଙ୍କୁ । ଏହାକୁ ପଢିବା ପରେ ସମସ୍ତଙ୍କ ଆଖି ଓ ହୃଦୟ ଭିଜିଥିଲା ଲୁହରେ । ଦକ୍ଷିଣ ଦିଲ୍ଲୀ ଗ୍ରୀନ ପାର୍କରେ ମାଟିରେ ମିଶିଛି ହରିଶଙ୍କ ପାର୍ଥୀବ ଶରୀର । ହରିଶଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାର ଓ ସଂପର୍କୀୟ । ଏମିତିକି ସୋସାଇଟି ଲୋକ ବି ସାମିଲ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଅନ୍ତ୍ୟେଷ୍ଟି ବେଳେ କାହାରି ଆଖିରେ ନଥିଲା ଲୁହ । କାରଣ ପୂର୍ବରୁ ହରିଶଙ୍କ ବାପା ଅଶୋକ ସମସ୍ତଙ୍କୁ ହାତଯୋଡି କହିଥିଲେ କେହି ବି କାନ୍ଦିବେନି । ମୋ ପୁଅର ଅଙ୍ଗରୁ ୬ ଜଣଙ୍କୁ ମିଳିବ ନୂଆ ଜୀବନ । ଆଉ ତାଙ୍କ ଠାରେ ପୁଅର ପ୍ରତିଛବି ଦେଖି ଖୁସି ହେବୁ । କେବଳ ବାପା ନୁହେଁ ମାଆଙ୍କ ଆଖିରେ ବି ନଥିଲା ଲୁହ ।

ପରିବାର ପାଇଁ ଥିଲା କଷ୍ଟକର:

ପରିବାର ପାଇଁ ଏହା ଥିଲା ବହୁତ କଷ୍ଟକର ସମୟ । ୧୦ ମିନିଟ୍ ନୀରବ ରହିବା ପରେ, ହରିଶ ରାଣାଙ୍କ ଭାଇ ଅନ୍ତିମ କରିଥିଲେ ସଂସ୍କାର । ୬ ଫୁଟ ଉଚ୍ଚ ବକ୍ସିଂ ଚାମ୍ପିଅନଙ୍କୁ ଲୁହଭରା ଆଖିରେ ଅନ୍ତିମ ସଂସ୍କାର କରିଥିଲେ ତାଙ୍କ ସାନ ଭାଇ । ପରେ ହରିଶଙ୍କ ପିତା AIIMS ଡାକ୍ତର, SC ଓକିଲ ଏବଂ ବ୍ରହ୍ମା କୁମାରୀମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, AIIMS ୧୦ ଜଣ ଡାକ୍ତରଙ୍କ ନେଇ ଗଠନ କରିଥିଲା ବୋର୍ଡ । ହରିଶଙ୍କୁ ମିଳିଥିଲା ଇଚ୍ଛାମୃତ୍ୟୁ

Also RHarish Rana: ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ଶେଷ ନିଶ୍ବାସ ତ୍ୟାଗ କଲେ ହରିଶ ରାଣା, ଦେଶର ପ୍ରଥମ ଇଚ୍ଛାମୃତ୍ୟୁead...

କେମିତି ଥିଲା ଘଟଣାବଳୀ?

୨୦୧୩ ମସିହା, ଚଣ୍ଡିଗଡ଼ର ଏକ ହୋଟେଲର ଚତୁର୍ଥ ମହଲାରୁ ଖସିପଡିଥିଲେ ହରିଶ ରାଣା । ପେଶାରେ ହରିଶ ରାଣା ଥିଲେ ଜଣେ ଭଲ ଆଥଲେଟ୍ । କିନ୍ତୁ ଦୁର୍ଘଟଣା ବଦଳାଇଦେଲା ସବୁକିଛି । କୋମାକୁ ଯିବା ପରେ, ପରିବାରର ସମ୍ପୂର୍ଣ୍ଣ ପରିସ୍ଥିତି ବଦଳି ଯାଇଥିଲା। ପରିବାର ସେମାନଙ୍କ ପୁଅକୁ ଦେଶର ସର୍ବୋତ୍ତମ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସବୁ କ୍ଷେତ୍ରରୁ ନିରାଶା ମିଳିବା ପରେ, ସେମାନେ ଶେଷରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲ । ତାଙ୍କ ପୁଅ ପାଇଁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ବିଡ଼ମ୍ବନାର ବିଷୟ ହେଉଛି, ତାଙ୍କ ମାଆ, ଯିଏ ହରିଶଙ୍କର ସବୁଠାରୁ ଅଧିକ ଯତ୍ନ ନେଉଥିଲେ । ତାଙ୍କୁ ଇଚ୍ଛାମୃତ୍ୟୁ କାଗଜପତ୍ରରେ ସ୍ୱାକ୍ଷର କରିବାକୁ ପଡିଥିଲା। ଏବେ ସବୁ ଅପେକ୍ଷାର ହୋଇଛି ଅନ୍ତ ।