ନୀଳଗିରି ୬।୧୧: ଜଙ୍ଗଲ ନିକଟ ରାସ୍ତାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ଦେବଜାନି ଛକ ନିକଟରେ ଆଜି ସକାଳୁ ଜଣେ ଯୁବକ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତଦେହ ପାଖରେ ବାଇକ୍ ଥିବା ବେଳେ ପକେଟରେ ମଧ୍ୟ ମୋବାଇଲ ଥିଲା । ଯୁବକ ଜଣକ ମିତ୍ରପୁର ଅଞ୍ଚଳର ଶୁଭମ୍ ଜେନା ବୋଲି ଜଣାପଡିଛି ।

Also Read:-ଜମି ରେଜିଷ୍ଟ୍ରି ପାଇଁ ଲାଞ୍ଚ ଅଭିଯୋଗ, ମହିଳା ସବ୍ ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ଗୁରୁବାର ଘର ଲୋକେ ତାଙ୍କୁ ନପାଇ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ବରମପୁର ପୋଲିସ ଘଟଣାରେ ତଦନ୍ତ କରୁଛି ।