ନୂଆଦିଲ୍ଲୀ: ଗ୍ୱାଲିୟରର ଶୀତଲା ମାତା ମନ୍ଦିର ନିକଟରେ ହୋଇଥିବା ଦୁର୍ଘଟଣା ମାମଲାରେ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନିର୍ଦ୍ଦେଶ ପରେ ଝାନ୍ସୀ ରୋଡ୍ ସିଏସପି ରବି ଭଦୌରିଆଙ୍କୁ ହଟାଇ ଦିଆଯାଇଛି । ଏଥି ସହିତ ତିନି ଥାନା ପ୍ରଭାରୀ ସମେତ ଆଠ ପୋଲିସ ଅଧିକାରୀ-କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଦୁର୍ଘଟଣାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ପୋଲିସ ପ୍ରଶାସନର ଭୂମିକା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଉତ୍ତରଦାୟିତ୍ୱ ସ୍ଥିର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଝାନ୍ସୀ ରୋଡ୍ ଥାନା ପ୍ରଭାରୀ ଶକ୍ତି ସିଂହ ଯାଦବ, ଆନ୍ତରୀ ଥାନା ପ୍ରଭାରୀ ଗୀତେଶ ଶର୍ମା, ଝାନ୍ସୀ ରୋଡ୍ ଟ୍ରାଫିକ୍ ଥାନା ପ୍ରଭାରୀ ଅଭେଷକ ରଘୁବଂଶୀ, ଟ୍ରାଫିକ୍ ଇନ୍ସପେକ୍ଟର ରାଘବେନ୍ଦ୍ର ଜାଦୋନ୍, ହେଡ୍ କନେଷ୍ଟବଳ ସୁଶୀଲ ଦ୍ୱିବେଦୀ ଏବଂ କନେଷ୍ଟବଳ କିଶନ ଖାନ୍ନା, ଅନିଲ ଜୈତପୁରିଆ ଏବଂ ପବନ ସେଙ୍ଗାର ଅନ୍ତର୍ଭୁକ୍ତ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କଲେ କାହାକୁ ଛଡାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସର୍ବୋପରି ଅଟେ । କର୍ତ୍ତବ୍ୟରେ ଅବହେଳା କୌଣସି ସ୍ଥିତିରେ ଗ୍ରହଣ କରାଯିବ ନାହିଁ । ଉତ୍ତରଦାୟିତ୍ୱ ସ୍ଥିର କରି କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ଆର୍ଥିକ ସହାୟତା ଘଷୋଣା କରିଥିଲେ । ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିଜନଙ୍କୁ ଚାରି ଚାରି ଲକ୍ଷ ଟଙ୍କା, ଗମ୍ଭୀର ରୂପେ ଆହତଙ୍କୁ ଦୁଇ ଦୁଇ ଲକ୍ଷ ଟଙ୍କା ଏବଂ ଅନ୍ୟ ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

 

ରାଜ୍ୟରେ ମନ୍ତ୍ରୀ ଏଡାଲ ସିଂହ କଂସନା ଏବଂ ମନ୍ତ୍ରୀ ରାକେଶ ଶୁକ୍ଲାଙ୍କୁ ଗ୍ୱାଲିୟର ପହଞ୍ଚି ପ୍ରଭାବିତ ପରିବାର ପାଇଁ ବ୍ୟବସ୍ଥା ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ପ୍ରଭାବିତ ପରିବାରଗୁଡ଼ିକ ମଧ୍ୟ ଗ୍ୱାଲିୟର, ଶିବପୁରୀ ଏବଂ ଶେଓପୁରର ବୋଲି ଜଣାପଡ଼ିଛି । ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣା ପରେ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସରକାର ଏହି ମାମଲାରେ ବିଭାଗୀୟ ଦାୟିତ୍ୱ ସ୍ଥିର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।