କଟକ ୩୦।୮: ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ । ଗୁଟଖା ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗତ ଜାନୁଆରୀ ୨୧ ତାରିଖରେ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାକୁ କାଏମ ରଖିଛନ୍ତି ହାଇକୋର୍ଟ । ସରକାରୀ ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା, ତାହା ଆଇନ ସମ୍ମତ ବୋଲି ହାଇକୋର୍ଟ କହିଛନ୍ତି । ନିଜ ରାୟ ସମ୍ପର୍କରେ ହାଇକୋର୍ଟ କିଛି ଏହିଭଳି ଉଲ୍ଲେଖ କରିଛନ୍ତି ।

* ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ ।

* ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ ।

* ଜାନୁଆରୀ ୨୧ର ପ୍ରକାଶିତ ବିଜ୍ଞପ୍ତି, ଖାଦ୍ୟ ସୁରକ୍ଷା ଓ ମାନକ ନିୟମାବଳୀ, ୨୦୧୧ ଓ ଏଫଏସଏସଏ କାର୍ଯ୍ୟକାରିତା ପାଇଁ ଲାଗୁ ହେବ ।

* ଏପରି ବିଜ୍ଞପ୍ତି ପରେ ଜିଏସଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଗୁଡ଼ିକ ଆଇନ ଅନୁଯାୟୀ ସ୍ୱତନ୍ତ୍ର ଭାବେ ବିଚାର କରାଯିବ ।

* ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଏଫଏସଏସଏ ନିୟମାବଳୀର ଅନୁପାଳନ ପାଇଁ ଉଦ୍ଦିଷ୍ଟ ବୋଲି ହାଇକୋର୍ଟ କହିଛନ୍ତି ।

ଗତ ଜାନୁଆରୀରେ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଗୋପାଳ ଆରୋମେଟିକ ସମେତ ୪ଟି ସଂସ୍ଥା ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ନିଜ ସପକ୍ଷରେ ଆବଦେନକାରୀଙ୍କ ପକ୍ଷରୁ କିଛି ଏହିଭଳି ଯୁକ୍ତି ଦର୍ଶାଯାଇଥିଲା ।

Also Read:- ‘ମନ୍ କି ବାତ୍’ ଶୁଣିଲେ CM ମୋହନ ମାଝୀ : ନାରୀଶକ୍ତିକୁ PMଙ୍କ ପ୍ରଶଂସା, ଗର୍ବିତ ଓଡ଼ିଶା

ଜାନୁଆରୀ ୨୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ମୁତାବକ ଜାରି ଟବାକୋ'କୁ ଖାଦ୍ୟ ପରିସରଭୁକ୍ତ କରାଯାଇଛି । କିନ୍ତୁ ଚିୱିଙ୍ଗ୍ ଟବାକୋ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପରିସର ଭିତରେ ଆସୁନାହିଁ । ଏହା କୋଟପା ଭିତରେ ଆସୁଛି ଓ ଏହା କେନ୍ଦ୍ରୀୟ ଆଇନ ଦ୍ବାରା ପରିଚାଳିତ । ରାଜ୍ୟ ସରକାର ଏହି ଚିୱିଙ୍ଗ୍ ଟବାକୋକୁ ଫୁଡ୍ ସେଫ୍ଟି ଏବଂ ଷ୍ଟାଣ୍ଡାର୍ଡ ଆଇନ ଆଧାରରେ ଖାଦ୍ୟ ବୋଲି ଦର୍ଶାଇଛନ୍ତି । ତେଣୁ ଏହି ଚିୱିଙ୍ଗ୍ ଟବାକୋ ଖାଦ୍ୟ ଉତ୍ପାଦ ମଧ୍ଯରେ ଆସୁ ନ ଥିବାରୁ ଏହି ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ମାମଲାରେ ଦର୍ଶାଇଥିଲେ ।

ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରୀ କରିଥିଲେ । କିନ୍ତୁ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଜଣାପଡିଛି କି, ସମସ୍ତ ଆବେଦନ ଖାରଜ ହୋଇଛି । ରାଜ୍ୟରେ ଗୁଟଖା ନିଷିଦ୍ଧ ବାବଦୀୟ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି କାଏମ ରହିଛି ।