ନୂଆଦିଲ୍ଲୀ: ସକାଳ ୭ଟା ବେଳେ କମ୍ପାନୀକୁ ମେସେଜ କଲେ ୩୦ ବର୍ଷୀୟ ଟେକ୍ କର୍ମଚାରୀ ଅସ୍ଲମ। ଯେଉଁଥିରେ ସେ ଲେଖିଥିଲେ- ଆମେ ଏ ଦୁନିଆ ଛାଡ଼ି ଚାଲିଯାଉଛୁ। ତା’ ସହିତ ଶେୟାର କରିଥିଲେ ପରିବାର ଲୋକ ଓ ଭଡ଼ାଘର ମାଲିକର ଫୋନ ନମ୍ବର ଆଉ ଠିକଣା। ମେସେଜ୍ ଚେକ୍ କରି ଠିକଣାରେ ପହଞ୍ଚିବା ବେଳକୁ ଭଡ଼ାଘରେ ଝୁଲୁଥିଲା ଅସ୍ଲମଙ୍କ ମୃତଦେହ। ତଳେ ସଂଜ୍ଞାହୀନ ହୋଇ ପଡ଼ିଥିଲେ ପତ୍ନୀ ଫରହାନା। ଦୁଇ ଜଣଙ୍କ ଆତ୍ମ ଛାଡ଼ି ସାରିଥିଲା ଦୁନିଆ।

ଉତ୍ତରପ୍ରଦେଶ ଗୁରୁଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩୦ ବର୍ଷୀୟ ଆଇଟି କର୍ମଚରୀ ଅସ୍ଲମ ପତ୍ନୀ ଫରହାନାଙ୍କୁ ହତ୍ୟା କରିବା ପରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ବୁଧବାର ଉଭୟଙ୍କ ମୃତଦେହ ଏମ୩ଏମ ମରିନା ରେସିଡେନ୍ସିଆଲ୍ ସୋସାଇଟିରୁ ଉଦ୍ଧାର କରାଯାଇଛି। ସେହିଦିନ ଫରହାନାଙ୍କ ଜନ୍ମଦିନ ଥିବାରୁ ଉଭୟଙ୍କ ଆତ୍ମହତ୍ୟା ନେଇ ସନ୍ଦେହ ବଢ଼ିଛି।

ସୂଚନା ଅନୁସାରେ ଅସ୍ଲମ ସକାଳ ପ୍ରାୟ ୭ଟା ବେଳେ କମ୍ପାନୀ ଅଧିକାରୀଙ୍କୁ ମେସେଜ୍ କରି ପରିବାର ଲୋକ ଓ ଭଡ଼ା ଘର ମାଲିକର ନମ୍ବର ଶେୟାର କରିଥିଲେ। ମେସେଜ ଦେଖିବା ପରେ ଅଫିସ ସହକର୍ମୀମାନେ ତାଙ୍କ ଭଡ଼ା ଘର ମାଲିକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଘର ମାଲିକ ଅସଲାମ ରହୁଥିବା ଟାୱର-୭ରେ ପହଞ୍ଚିବା ପରେ ଯାହା ଦେଖିଥିଲେ ସ୍ତବ୍ଧ ହୋଯାଇଥିଲେ।

ଫ୍ଲାଟର କବାଟ ଭିତରୁ ଖୋଲାଥିବା ବେଳେ ଘର ଭିତରେ ରସି ଲଗାଇ ଝୁଲି ପଡ଼ିଥିଲେ ଅସଲାମ। ତାଙ୍କ ପତ୍ନୀ ଫରହାନାଙ୍କ ମୃତଦେହ ଚଟାଣରେ ଗଡ଼ୁଥିଲା। ତାଙ୍କ ବେକରେ ଆଘାତ ଲାଗିଥିବା ଦେଖାଯାଇଛି। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଫ୍ଲାଟ୍ରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ଯେଉଁଥିରେ ଲେଖାଯାଇଛି “ଆମେ ଏ ଦୁନିଆ ଛାଡ଼ି ଚାଲିଯାଉଛୁ।” ଫାରହାନାଙ୍କ ପକେଟ୍ରୁ ମଧ୍ୟ ଏକ ହାତଲେକା ଚିଠି ମିଳିଥିଲା। ଯେଉଁଥିରେ ଲେଖାଥିଲା “ଆଇ ଲଭ୍ ୟୁ”

ମାମଲାରେ ପୁଲିସ ରୁମକୁ ସିଜ୍ କରିବା ସହ ଦମ୍ପତିଙ୍କ ଲ୍ୟାପଟପ, ଦୁଇଟି ମୋବାଇଲ୍, ଗୋଟିଏ ରସି, ଡାଏରୀ, ଦୁଇଟି କଇଁଚି ଏବଂ ଗୋଟିଏ ପେନ୍ଡ୍ରାଇବ୍ ଜବତ କରିଛି। ଏଗୁଡ଼ିକ ସବୁ ଫରେନ୍ସିକ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି।

Also Read- Mysterious Death: ଗ୍ରେଟର ନୋଏଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ, ଶେଷଥର ଖାଇଥିଲେ ଚା' ଓ ମ୍ୟାଗି

ପ୍ରାଥମିକ ତଦନ୍ତ ଅନୁସାରେ ଅସଲାମ ଫାରହାନାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏଥିପାଇଁ ଭାରତୀୟ ନ୍ୟାୟ ସଂହିତା ଧାର ୧୦୩ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଉଭୟ ଆତ୍ମହତ୍ୟା କଲେ ? ଏହା ପଛରେ ପ୍ରକୃତ କାରଣ କ’ଣ ? ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଏଭଳି ସିନ କ୍ରିଏଟ କରାଯାଇଛି ସେ ନେଇ ପୁଲିସ ତଦନ୍ତ କରୁଛି।

ଘରେ କେରଳରେ ଚାକିରି ପାଇଁ ଯାଇଥିଲେ ଗୁରୁଗ୍ରାମଅସଲମ ଓ ଫରହାନା କେରଳର ବାସିନ୍ଦା। ୨୦୨୩ରେ ଦମ୍ପତିଙ୍କ ବିବାହ ହୋଇଥିଲା। ୩ ବର୍ଷ ତଳେ ଦୁଇ ଜଣ ନୂଆ ଚାକିରି ପାଇଁ ବେଙ୍ଗାଲୁରୁ ଗୁରୁଗ୍ରାମକୁ ଚାଲିଯାଇଥିଲେ। ଅସଲମ ଖୁବ୍ ଉଚ୍ଚ ଶିକ୍ଷିତ। ସେ ନ୍ୟାସ୍ନାଲ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜୀ (ଏନ୍ଆଇଟି), କାଲିକଟ ଓ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଆଇଆଇଏମ୍) ଇନ୍ଦୋର ପୂର୍ବତନ ଛାତ୍ର। ସେହିପରି ଫରହାନା ମଧ୍ୟ ଜଣେ ଆଇଟି କର୍ମଚାରୀ। ସେ ଘରୁ ଥାଇ କାମ କରୁଥିଲେ।

ପରିବାର ଲୋକଙ୍କ କହିବା କଥା ହେଲା ପତି-ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ଦୁହିଙ୍କ ମଧ୍ୟରେ କୌଣସି ବୈବାହିକ ସମସ୍ୟା କେବେ ବି ହୋଇ ନଥିଲା। ତେବେ ଅସଲମାନ ପ୍ରାୟ ଦେଢ଼ ବର୍ଷ ହେବ ଡିପ୍ରେସନରେ ଥିଲେ। ଏଥିପାଇଁ ସେ ଚିକିତ୍ସିତ ବି ହେଉଥିଲେ।

ଏହି ଘଟଣା ପରେ ସମ୍ପର୍କିୟମାନେ କାମ ଚାପକୁ ଦାୟୀ କରିଛନ୍ତି। ଆଇଟି ସେକ୍ଟରରେ ଅତ୍ୟଧିକ କାମର ଚାପ ଯୋଗୁ ଏମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସମ୍ପର୍କୀୟମାନେ ଦାବି କରିଛନ୍ତି। ତେବେ ପରିବାର ଲୋକ ଏଭଳି ଅନୁମାନ କରୁଥିଲେ ବି ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

ବିଦ୍ର- ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଆତ୍ମହତ୍ୟା କରିବା ଏକ ପାପ ଓ ଆଇନତଃ ଅପରାଧ ମଧ୍ୟ। ଜୀବନ ମାନେ ହିଁ ସଂଘର୍ଷ। ତେଣୁ ସମସ୍ୟାଠୁ  ଦୂରେଇ ନ ଯାଇ ଏହାର ସମାଧାନ କରିବା ହିଁ ପ୍ରକୃତ ସାହସିକତାର ପରିଚୟ। ଯଦି ଆପଣଙ୍କ ମନରେ ଏଭଳି କୌଣସି ଚିନ୍ତାଧାର ଆସୁଛି, ତେବେ ହେଲ୍ପ ଲାଇନ ନମ୍ବର- ୧୪୪୧୬କୁ କଲ କରନ୍ତୁ।