ନୂଆଦିଲ୍ଲୀ: କେରଳର ଇଡୁକି ଜିଲ୍ଲାରୁ ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ୧୮ ବର୍ଷୀୟା ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଯୁବତୀଙ୍କ ଶବକୁ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ପ୍ରେମିକକୁ ହେପାଜତକୁ ନେଇଛି ।

ମିଳିଥିବା ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ହେଉଛନ୍ତି ୧୮ ବର୍ଷୀୟା ନିତ୍ୟା। ତାଙ୍କ ପ୍ରେମିକର ନାଁ ନିଶାନ୍ତ (୧୯) । ଗତ ଅକ୍ଟୋବର ୧୧ରୁ ନିତ୍ୟା ଘରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଏକ ନିଖୋଜ ମାମଲ ରୁଜୁ କରାଯାଇଥିଲା।

କ’ଣ ଥିଲା ପୂରା ଘଟଣା?

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ନିତ୍ୟା ଏବଂ ନିଶାନ୍ତ ପୂର୍ବରୁ ଏକାଠି ପଢୁଥିଲେ ଏବଂ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଘଟଣାଦିନ ନିଶାନ୍ତ ନିତ୍ୟାଙ୍କୁ ପୂପାରା ଅଞ୍ଚଳକୁ ଏକ ଚା’ ବଗିଚା ନିକଟକୁ କଥାବାର୍ତ୍ତା କରିବା ଆଳରେ ଡକାଇଥିଲା । ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

Also Read: ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ସାହିଲ- ମୁସ୍କାନକୁ ମିଳିଲା ମୃତ୍ୟୁ ଦଣ୍ଡ​​​​​​​

ଘଟଣା ଏତେ ବଢ଼ିଯାଇଥିଲା ଯେ, ଉତକ୍ଷିପ୍ତ ହୋଇ ନିଶାନ୍ତ ପ୍ରଥମେ ନିତ୍ୟାଙ୍କ ତଣ୍ଟିଚିପି ଦେଇଥିଲା ଏବଂ ପରେ ଏକ ପଥରରେ ତାଙ୍କ ମୁଣ୍ଡ ତଥା ଶରୀରରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା। ଆହୁରି ମଧ୍ୟ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅଭିଯୁକ୍ତ ଜଣକ ମୃତଦେହ ଉପରେ ପେଟ୍ରୋଲ କିମ୍ବା ଜ୍ୱଳନଶୀଳ ପଦାର୍ଥ ପକାଇ ନିଆଁ ଲଗାଇ ପୋଡ଼ିଦେଇଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ:

ବୁଧବାର ଇଡୁକିର ପାମ୍ବଲା ଡ୍ୟାମ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରୁ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ଓ ପରେ ପରିବାରବର୍ଗ ସେଠାରେ ପହଞ୍ଚି ଶବ ନିତ୍ୟାଙ୍କର ବୋଲି ଚିହ୍ନଟ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ପ୍ରେମିକ ନିଶାନ୍ତକୁ ଟାର୍ଗେଟ କରିଥିଲା ଏବଂ ଗୁରୁବାର ରାତିରେ ତାକୁ କାବୁ କରିଥଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଅଧିକ ଜେରା କରୁଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।