ଗୁରୁଗ୍ରାମ: ଘଟଣା ସେକ୍ଟର-୯ ଥାନା ଅଞ୍ଚଳର। ଯୁବକ ଦୀପକର ନିଜ ପତ୍ନୀ ସୋନମ ଉପରେ ଦୀର୍ଘ ସମୟରୁ ସନ୍ଦେହ କରୁଥିଲେ। ତାରି ଗତିବିଧି ଉପରେ ନଜର ରଖୁଥିଲେ। ଏପ୍ରିଲ ୧୯ରେ ଦୀପକ ରାଜସ୍ଥାନର ଅଲଓ୍ଵରରୁ ନିଜର ଗୁରୁଗ୍ରାମ ସ୍ଥିତ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚି ଦେଖିଲେ ଯେ, ତାଙ୍କ ପତ୍ନୀ ରୋଷେଇ ଘରେ ଭିଡିଓ କଲରେ କଥା ହେଉଛନ୍ତି। ସ୍ଵାମୀ ଦୀପକଙ୍କୁ ଦେଖିବା ମାତ୍ରେ ସୋନମ ଫୋନ କାଟି ଦେଇଥିଲେ।

ଆଉ ଏଠାରୁ ହିଁ ଆରମ୍ଭ ହେଲା ଝଗଡ଼ା। ଦୀପକ ସୋନମଙ୍କୁ ଫୋନ ମାଗିବାରୁ ସେ ଦେବାକୁ ମନା କରି ଦେଇଥିଲେ। ପ୍ରଥମରୁ ଯେଉଁ ସନ୍ଦେହ ଥିଲା, ତାହା ଆହୁରି ଘନୀଭୂତ ହୋଇଥିଲା। ପୁଣି ସୋନମ ଫୋନ ନ ଦେବା ଦୀପକଙ୍କ କ୍ରୋଧ ଚରମରେ ପହଞ୍ଚିଥିଲା। ପୋଲିସ ଅନୁଯାୟୀ, ଦୀପକ ପଛ ପଟୁ ଯାଇ ଚୁନ୍ନିରେ ସୋନମର ତଣ୍ଟି ଚିପିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୋନମଙ୍କ ମୃତ୍ୟୁ ଘଟିଥିଲା।

Also Read: ସରିଥିଲା ନିର୍ବନ୍ଧ, ୧୦ରେ ହୋଇଥାନ୍ତା ବିବାହ... ଯୁବତୀଙ୍କ ବେକ କାଟି ମାରିଲା କିଏ ? ବ୍ୟବଚ୍ଛେଦ ରିପୋର୍ଟ କହିବ ସତ...

ପତ୍ନୀଙ୍କୁ ହତ୍ୟା କରିବା ପରେ ଦୀପକ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘର ଲୋକେ ଘଟଣା ବିଷୟରେ ଜାଣିବା ମାତ୍ରେ ପୋଲିସକୁ ଖବର ଦେଇଥିଲେ। ପୋଲିସ କାଳ ବିଳମ୍ବ ନ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳ ଦୃଶ୍ୟ ଦେଖି ପୋଲିସ ବି ସ୍ତବ୍ଧ ହୋଇ ଯାଇଥିଲା। ଗୋଟିଏ ପଟେ ସୋନମଙ୍କ ଶବ ଚଟାଣରେ ପଡ଼ିଥିବା ବେଳେ ଅନ୍ୟପଟେ ଦୀପକଙ୍କ ଶବ ପଙ୍ଖାରେ ଝୁଲୁଥିଲା।

ଘଟଣା ସମୟରେ ଘରେ ୫ ବର୍ଷର ପୁଅ ଥିଲା। ସେ ଅନ୍ୟ ରୁମରେ ବସି ଟିଭି ଦେଖୁଥିଲା। ପରେ ଯେବେ ତାଙ୍କୁ ପଚରାଗଲା, ବାପା-ମାଆ ଝଗଡ଼ା ହେଉଥିଲେ। ବାପା ମୋତେ, ଏଠୁ ଯାଅ ଏବଂ ଟିଭି ଦେଖ ବୋଲି କହିଥିଲେ।

ଘଟଣାର ଖୁଲାସା ତେବେ ହେଲା, ଯେବେ ସୋନମଙ୍କୁ ତାଙ୍କ ଭଉଣୀ କଲ୍ କଲେ। ବାରମ୍ବାର କଲ୍ ପରେ ସୋନମ ଫୋନ ନ ଉଠାଇବାରୁ ନିଜର ୧୪ ବର୍ଷର ଝିଅଙ୍କୁ ଘରକୁ ପଠାଇଥିଲା। ଯେମିତି ଝିଅଟି ଘର ଭିତରକୁ ପଶିଲେ, ଚିତ୍କାର କରି ଉଠିଲେ। ଘର ଭିତରର ଦୃଶ୍ୟ ବେଶ ଭୟାନକ ଥିଲା। ଏହା ପରେ ପରିବାର ଲୋକ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା।

Also Read: ଉଲଗ୍ନ କଲା, ହାତଗୋଡ଼ ବାନ୍ଧିଦେଲା... Western Styleରେ ପ୍ରପୋଜ୍ କରିବାକୁ କହି ଜୀବନ ନେଇଗଲା ପ୍ରେମିକା

ପୋଲିସ ତଦନ୍ତରୁ ସୋନମଙ୍କ ଫୋନରୁ ଜଣେ ଅଜଣା ନମ୍ବର ସହ ବାରମ୍ବାର କଥା ଓ ଭିଡିଓ କଲରେ କଥା ହେଉଥିବା ଜାଣିବାକୁ ପାଇଥିଲା। ଏହା ହିଁ ବିବାଦର ମୂଳ କାରଣ ବୋଲି ପୋଲିସ ସନ୍ଦେହ କରୁଛି। ଦୀପକ ଓ ସୋନମ ଉଭୟ ରାଜସ୍ଥାନର ଅଲଓ୍ଵରର ବାସିନ୍ଦା। ପ୍ରାୟ ୭ ବର୍ଷ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ।

ଆରମ୍ଭର କିଛି ବର୍ଷ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ମାତ୍ର ସମୟ ଗଡିବା ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଆଉ ବର୍ତ୍ତମାନ ଏହା ଦୁହିଁଙ୍କ ଜୀବନ ନେଇଛି। ପୋଲିସ ଦୁହିଁଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ମାମଲାର ତଦନ୍ତ ଜାରି ରହିଛି। ଏହା ସହିତ ଫୋନ ରେକର୍ଡ ଓ ଅନ୍ୟ ଦିଗରୁ ପୋଲିସର ତଦନ୍ତ ଜାରି ରହିଛି।