ଜଗତସିଂହପୁର ୨୨।୦୪ : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା । କାଠିଆପଡ଼ା ଗାଁର ସସ୍ମିତା ଦାସଙ୍କୁ ହତ୍ୟା କରିଥିବା ପାରିପାଶ୍ବିକ ସ୍ଥିତିରୁ ଜଣାପଡିଛି । ଅତି ନିର୍ମମ ଭାବେ ଯୁବତୀଙ୍କ ବେକ କାଟି ହତ୍ୟା ପରେ ବିଲରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସଦର ପୋଲିସ ସାଇଣ୍ଟିଫିକ ଟିମ ପହଁଚି ଛାନଭିନ ଚଳାଇଛନ୍ତି । ଶବ ବ୍ୟବଛେଦ ବ୍ୟବଛେଦ କରାଯିବ। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ କିଛି ଦିନ ତଳେ ମୃତ ସସ୍ମିତାଙ୍କର ନିର୍ବନ୍ଧ ହୋଇଥିଲା।

Also Read:-IPL 2026 : ଟେନ୍‌ସନ୍‌ରେ CSK ମ୍ୟାନଜେମେଣ୍ଟ, ଚଳିତ ସିଜିନ୍‌ରୁ ବାଦ୍ ପଡିଲେ ଏହି ବିସ୍ଫୋରକ ବ୍ୟାଟର

ମେ ୧୦ ତାରିଖରେ ବିବାହ ହୋଇଥାନ୍ତା। ହେଲେ ଗତ ସୋମବାର ସନ୍ଧ୍ୟାରେ ପଡିଶା ଘରକୁ ଯାଉଛି ବୋଲି କହି ଆଉ ଘରକୁ ଫେରି ନଥିଲେ। ତାଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ୍ ରହିଥିଲା । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବା ସନ୍ଧ୍ୟାରେ ଯୋଗଧାରୀ ଓୟାର ହାଉସ ଛକ ନିକଟସ୍ଥ ମୁଗ ବିଲରେ ସସ୍ମିତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପ୍ରେମ ଜନିତ ଘଟଣାକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ବାପାଙ୍କୁ ଜନୈକ ଯୁବକ ପୂର୍ବରୁ ଝିଅକୁ ମାରି ଦେବାକୁ ଧମକ ଦେଇଥିବାର ସେ ଅଭିଯୋଗ କରିଛନ୍ତି । ଖୁବ ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି ପୋଲିସ କହିଛି ।

Watch Video:-