ଗୁରୁଗ୍ରାମ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଗୁରୁଗ୍ରାମର ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଇଥିବା ଅଭିଯୁକ୍ତ ଚାଳକ କଲ୍ୟାଣ ବୈଂସଲାକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି।

ଗତ ରବିବାର ସକାଳେ ଦୁର୍ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ କଲ୍ୟାଣ ଫେରାର ଥିଲା। ତାକୁ ଧରିବା ପାଇଁ ପୋଲିସ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚଲାଇଥିବା ବେଳେ ଶେଷରେ ତାଙ୍କୁ ରାଜସ୍ଥାନର ଦୌସାରୁ କାବୁ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାରେ ମାମଲା ରୁଜୁ ହୋଇଛି।

Also Read: ଗଳିକନ୍ଦି ବୁଲି ଭିକ୍ଷା ମାଗିଲେ ବିଧାୟକ, ୩୦୦୦ କୋଟି ଟଙ୍କାର ମାଲିକଙ୍କୁ ଚିହ୍ନିପାରିଲେନି ନିଜ ଭୋଟର

ଏହି ସାଂଘାତିକ ଘଟଣା ପରେ ଗୁରୁଗ୍ରାମ ପୋଲିସ ମୂଳ ଏଫ୍ଆଇଆର ହତ୍ୟା ଉଦ୍ୟମ ଦଫା ଯୋଡ଼ିଛି। ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ପଷ୍ଟ ଭିଡିଓ ପ୍ରମାଣ ଥାଇ ମଧ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ଏବଂ କଠୋର ଦଫା ଲାଗି ନଥିବାରୁ ସିଆଙ୍କ ବାପା ଓ ଭାଇପ ପୋଲିସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।

ଏ ନେଇ ବରିଷ୍ଠ ପୋଲିସ ଅଧିକାରୀ ସନ୍ଦୀପ ମଲିକ ସୂଚନା ଦେଇଛନ୍ତି ଯେ ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କାର ଚାଳକଜଣକ "ଜାଣିଶୁଣି" ବାଇକକୁ ଧକ୍କା ଦେଇଥିଲେ ଏବଂ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଘଟଣାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା। 

Also Read: ଖୁବଶୀଘ୍ର ୧୭ NCPI ସାଂସଦ ବିଜେପିରେ ସାମିଲ ହେବେ, ବିଦ୍ରୋହୀ ଟିଏମସି ଏମପିଙ୍କ ଦାବିକୁ ନେଇ ଚର୍ଚ୍ଚା