ବଡ଼ବିଲ ୧୯।୧: ବଡ଼ବିଲରେ ବଡ଼ ଧରଣର ବ୍ୟାଙ୍କ୍ ଲୁଟ୍ । କେନ୍ଦୁଝର ଜିଲ୍ଲା ବଡ଼ବିଲ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ସଶସ୍ତ୍ର ଡକାୟତି । ନଗଦ ୮ ଲକ୍ଷ ଟଙ୍କା ଏବଂ ୩ରୁ ୪ କୋଟି ଟଙ୍କାର ଜୁଏଲାରୀ ଲୁଟ୍ ହୋଇଛି । ଡକାୟତଙ୍କ ମଧ୍ୟରେ ୫ରୁ ୬ ଜଣ ଦୁର୍ବୃତ୍ତ ଥିବା ସୂଚନା ରହିଛି । ବ୍ୟାଙ୍କ୍ ଷ୍ଟାଫ୍ ଏବଂ ଗ୍ରାହକଙ୍କୁ ବନ୍ଧୁକ ମୁନରେ ରୁମ୍ରେ ବନ୍ଦ କରି ଲୁଟିନେଲେ ଦୁର୍ବୃତ୍ତ ।

ବଡ଼ବିଲ-ବଲାଣି ରାସ୍ତାର ଟ୍ରକ୍ ୱନର ଆସୋସିଏସନ୍ ଅଫିସ ନିକଟରେ ରହିଛି ଏହି ବ୍ୟାଙ୍କ୍ । ଘଟଣା ପରେ ପୋଲିସ ତନାଘନା ଜାରି ରଖିଛି । ଘଟଣାସ୍ଥଳରେ କେନ୍ଦୁଝର ଏସ୍ପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।