ନୂଆଦିଲ୍ଲୀ: ଚୋରି କରିବା ପାଇଁ ଚୋରମାନେ କେତେ ଯେ ଯୋଜନା କରନ୍ତି ତା’ର କୌଣସି ସୀମା ନାହିଁ । କିନ୍ତୁ ଗୁଜରାଟର ବଲସାଡ୍ ଜିଲ୍ଲାରୁ ଏକ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ଏଠାରେ ଦୁଇଜଣ ଚୋର ଅତି ଚତୁରତାର ସହ ଗହଣା ଦୋକାନରେ ଚୋରି କରିବାକୁ ପଶିଥିଲେ, ହେଲେ ସ୍ଥାନୀୟ ଲୋକଙ୍କ ସତର୍କତା ଯୋଗୁ ଏହି ଦୁଇ ଚୋର ଧରାପଡ଼ିଯାଇଥିଲେ। ପରିସ୍ଥିତି ଏଭଳି ହେଲା ଯେ ଉତ୍ୟକ୍ତ ଲୋକଙ୍କ ମାଡ଼ ଭୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଚୋରମାନେ ନିଜେ ପୁଲିସକୁ ଫୋନ୍ କରି ଉଦ୍ଧାର କରିବାକୁ ଗୁହାରି କରିଥିଲେ ।

ପ୍ରକୃତରେ ଗୁଜରାଟର ବଲସାଡ ଜିଲ୍ଲାରେ ଗତ ବୁଧବାର ବିଳମ୍ବିତ ରାତିରେ ପୁଲିସକୁ ଚୋରି ସମ୍ପର୍କିତ ଏକ ଫୋନ୍ କଲ୍ ଆସିଲା I ଫୋନ୍ କରିଥିବା ବ୍ୟକ୍ତି କହିଲେ ‘ସାର୍, ଆମେ ଦୁଇଜଣ ଚୋରି କରିବାକୁ ଆସିଥିଲୁ, କିନ୍ତୁ ଲୋକେ ଶଟର୍ ପକାଇ ଦେଇଛନ୍ତି। ଆମେ ଭିତରେ ଫସିଯାଇଛୁ। ଦୟାକରି ଆମକୁ ବଞ୍ଚାନ୍ତୁ। ବାହାରେ ଭିଡ଼ ଜମା ହେବା ଜାଣି ଦୁଇ ଚୋର ମାଡ଼ ଭୟରେ ଏଭଳି ଆକୁଳ ନିବେଦନ କରିଥିଲେ।’

Also Read: ପୁଅର ଜିଦ୍ ପାଇଁ ଶେଷ ହୋଇଗଲା ପରିବାର; ପ୍ରଥମେ ବାପା ଓ ପରେ ମାଆ ପାହାଡ ତଳକୁ ଖସି ପଡିଲେ, ୩ ମୃତ

ଦୁଇ ଚୋର ଭାପି ଚାର ରାପି ସହରଠୁ ୨୫ କିମି ଦୂର ସ୍ଥିତ ସଂଜନ ଗାଁର ଉମରଗାମ ସଚ୍-ଡିଭିଜନ୍ ସ୍ଥିତ ଜୁଏଲର୍ସ ଦୋକାନ ତାଡ଼ି ଭିତରେ ପଶିଥିଲେ। ଗୁଜରାଟ ସହ ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳୀ ଓ ଡାମନ୍ ସଂଲଗ୍ନ ଥିବାରୁ ଏହି ଅଞ୍ଚଳରେ ଅପରାଧ ପରେ ସୀମା ପାର କରି ରାଜ୍ୟ ପୁଲିସ ହାତରୁ ଖସି ପଳାଇବା ଅପରାଧୀଙ୍କ ପାଇଁ ସହଜ ହୋଇଥାଏ । ହେଲେ ଏହି ଦୁଇ ଚୋର ଦିନେଶ ସୋନକର ଓ ବିପିନ ପାଠକଙ୍କ ଯୋଜନା ଏଥର ଫେଲ୍ ମାରିଗଲା। ଦୋକାନ ତାଲା ତାଡ଼ି ଭିତରେ କେହି ପଶିଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଦୋକାନର ଶଟର୍ ଟାଣିଦେଲେ । ଫଳରେ ଚୋର ଭିତରେ ଫସିଗଲେ । ବାହାରେ ଲୋକଙ୍କ ଭିଡ଼ ଜମା ହୋଇଯିବାରୁ ଚୋର ଭୟରେ ବାଧ୍ୟହୋଇ ପୁଲିସ ହେଲ୍ପଲାଇନ୍ ନମ୍ବର ୧୧୨ରେ ଫୋନ୍ କଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକେ ବାଡ଼ି ଧରି ଶଟର ଖୋଲିବାକୁ ଚେଷ୍ଟା କରୁଥିଲେ। ଉଭୟଙ୍କୁ ଗିରଫ କରି କିଛି ଗହଣା ଓ ଚୋରିରେ ବ୍ୟବହୃତ କିଛି ଯନ୍ତ୍ରପାତି ପୁଲିସ ପୁଲିସ ଜବତ କଲା। ଏମାନଙ୍କର ଅପରାଧିକ ରେକର୍ଡର ଯାଞ୍ଚ ଚାଲିଛି।