ପାରାଦୀପ ୬।୩: ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍ନରେ ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍-୩ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସମ୍ବୋଧନ ଦେଇ ଅମିତ ଶାହ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି । ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି । ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ । ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ । ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ଓଡ଼ିଶାରେ ବି ଗ୍ରାମୀଣଙ୍କ ଜନଜୀବନକୁ ସମୃଦ୍ଧ କରାଯିବ । ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବି ସ୍ଥାନ ପାଇବ ।

ଏ ଖବର ବି ପଢ଼ନ୍ତୁ:- ଯୁଦ୍ଧ ପାଇଁ ବଜାର ବେହାଲ, ଖସିଲା ସେନସେକ୍ସ-ନିଫ୍ଟି

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରିଥିଲେ ଅମିତ ଶାହ । ମୁଁ ଯେଉଁ ସହରରୁ ଆସିଛି ସେହି ସହର ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ହୁଏ । ୨୪ ସାଧାରଣ ନିର୍ବାଚନ ପରେ ମୁଁ ପ୍ରଥମ ଥର ପାଇଁ ଓଡ଼ିଶାରେ ସାର୍ବଜନୀକ କାର୍ଯ୍ୟକ୍ରମରେ ଆସିଛି । ଓଡ଼ିଶାକୁ ଲମ୍ବା ସମୟରେ ଅନ୍ୟ ଦଳରୁ ମୁକ୍ତ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ । ଆଗକୁ ବିକଶିତ ଭାରତରେ ଓଡ଼ିଶା ଆଗରେ ରହିବ । ଦୁର୍ଭାଗ୍ୟର କଥା ଏହାର ଭୂମି ତଳେ ଅନେକ ସମ୍ପଦ ରହିଛି । ହେଲେ ମଧ୍ୟ ଏହାର ଜନତା ଗରିବ ଥିଲେ । ପୂର୍ବରୁ ଏହାର ସମୂଦ୍ର ତଟର ବିକାଶ ପାଇଁ କାମ ହେଲା ନାହିଁ । ୨୪ ନିର୍ବାଚନରେ ଆପଣମାନେ ବହୁମତ ସହ ବିଜେପି ସରକାରକୁ ଆଣିଲେ । ଆଜି ଏ ସରକାର ଓଡ଼ିଶାକୁ ଆଗକୁ ନେଉଛି । ରାଜ୍ୟର ସବୁ ସୁଯୋଗକୁ ନେଇ ଆଗକୁ ବଢୁଛି । ଜନଜାତିରୁ ନେଇ ହସ୍ତତନ୍ତ ପର୍ଯ୍ୟନ୍ତ ଏବେ ବିକାଶ ହେବ । ଆଜି ସନ୍ଧ୍ୟାରେ ଓଡ଼ିଶାର ନୂଆ ସରକାର ନୀତି ଘୋଷଣା ହେବ ।

ଏ ଖବର ବି ପଢ଼ନ୍ତୁ:- Rajyasabha Election: ଓଡ଼ିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ, ଏକାଠି ହେଲେ ବିଜେଡି ଓ କଂଗ୍ରେସ

ଆଗାମୀ ଦିନରେ ଭାରତ ଓ ଓଡ଼ିଶା ସରକାର ମିଶି ବିକାଶ କରିବେ । ଇଫକୋ ପାରାଦୀପ ୟୁନିଟ ପରିସରରେ ସଲଫ୍ୟୁରିକ ପ୍ଲାଣ୍ଟ-୩ ଉଦଘାଟନ ହୋଇଛି । ଏହି ଦେଶରେ ପୂର୍ବୋଦୟ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଆଗକୁ ବଢ଼ିଲା । ଏହା ଭାରତର ନିର୍ଭରତାକୁ କମାଇବ । ଏହା ଆଜି ୨୨ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚିଛି । ଇଫକୋ ସଲଫ୍ୟୁରିକ ଏସିଡ ଉତ୍ପାଦନରେ ଦେଶର ଆତ୍ମନିର୍ଭରର କାମ କରୁ । ଇଫକୋ ଏବେ ଦେଶରେ ଏକ ନମ୍ବର ହୋଇପାରିଛି । ଏହାଦ୍ୱାରା ୩୬ ହଜାର କର୍ପୋରେଟିଭ ୟୁନିଟରେ ୫ କୋଟି କୃଷକ ସାମିଲ ହୋଇଛନ୍ତି । ଯାହାକି ୪୧ ହାଜର କୋଟି ଟର୍ନ ଓଭର ହେଉଛି । ଏହା ହେଉଛି କର୍ପୋରେଟିଭ ମଡେଲ । ଆଗାମୀ ଦିନରେ ଏହା ଗରିବ ଚାଷୀ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦାୟିତ୍ୱ ନେଉଛି ବୋଲି ଅମିତ ଶାହ କହିଛନ୍ତି ।