IPL 2026: ସୋମବାର ଆଇପିଏଲ୍ ୨୦୨୬ର ୩୦ତମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିଜିନରେ ଦ୍ଵିତୀୟ ବିଜୟ ହାସଲ କରିବାକୁ ମୁମ୍ବାଇ ଲକ୍ଷ୍ୟ ରଖିଥିବା ବେଳେ ଗୁଜରାଟ ଟାଇଟନ୍ସ ନିଜର ବିଜୟ ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ହେଡ ଟୁ ହେଡ ମୁକାବିଲା

ଆଇପିଏଲରେ ଅଦ୍ୟାବଧି ଦୁଇ ଦଳ ୮ ଥର ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ୫ଟି ମ୍ୟାଚ୍ ଗୁଜରାଟ ଜିତିଥିବା ବେଳେ ମୁମ୍ବାଇ ଖାତାରେ ରହିଛି ୩ ବିଜୟ। ଅର୍ଥାତ ମୁମ୍ବାଇ ବିପକ୍ଷରେ ଗୁଜରାଟର ପଲ୍ଲା ଭାରି ରହିଛି। ଗତ ସିଜିନରେ ଦୁଇ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳା ଯାଇଥିଲା। ଏଥିରୁ ଗୁଜରାଟ ଦୁଇଟି ଜିତିଥିବା ବେଳେ ମୁମ୍ବାଇ ଗୋଟିଏ ଜିତି ପାରିଥିଲା।

Also Read: KKR vs RR: ଆଇପିଏଲ୍ ୨୦୨୬ରେ ପ୍ରଥମ ବିଜୟ ହାସଲ କଲା କେକେଆର

ଆଜିର ମ୍ୟାଚ୍ ମୁମ୍ବାଇ ପାଇଁ ଜିତିବା ଜରୁରୀ। କାରଣ ଦଳ ୫ଟି ମ୍ୟାଚରୁ ଚାରୋଟି ହାରି ସାରିଛି। ଦଳ ଆଜିର ମ୍ୟାଚ୍ ହାରେ ତେବେ ପ୍ଲେ ଅଫକୁ ଯିବାରେ ବହୁତ ମୁସ୍କିଲ ହୋଇପାରେ। ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବେଶ ନିରୁତ୍ସାହଜନକ ରହିଛି। ଦଳରେ ତାରକା ଖେଳାଳି ଅନେକ ଥିବା ବେଳେ ଦଳରେ ସବୁ କିଛି ଠିକ୍ ଥିବା ପରି ମନେ ହେଉନାହିଁ।

ଖ୍ୟାତି ଅନୁସାରେ ବିଫଳ ମୁମ୍ବାଇ

ଅନ୍ୟପଟେ ଗୁଜରାଟ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ କ୍ରମାଗତ ତିନୋଟି ମ୍ୟାଚ୍ ଜିତି ଲୟରେ ରହିଛି। ଦଳ ବେଶ ସନ୍ତୁଳିତ ଲାଗୁଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛି ଗୁଜରାଟ। ତେଣୁ ମୋଟାମୋଟି ଭାବେ ଦେଖିଲେ ଆଜିର ମ୍ୟାଚରେ ଗୁଜରାଟର ପଲ୍ଲା ଭାରି ରହିଛି। ମୁମ୍ବାଇକୁ ଯଦି ମ୍ୟାଚ୍ ଜିତିବାର ଅଛି ତେବେ ପ୍ରତ୍ୟେକ ଖେଳାଳିଙ୍କୁ ନିଜର ସାମର୍ଥ୍ୟ ଓ ଖ୍ୟାତି ଅନୁସାରେ ବ୍ୟାଟିଂ କରିବାକୁ ପଡ଼ିବ।

Also Read: ସୂର୍ଯ୍ୟଙ୍କ ହେବ ଛୁଟି, ଶ୍ରେୟସ ହେବେ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ; ମନସ୍ଥ କଲାଣି BCCI

ଗୁଜରାଟ ଟାଇଟନ୍ସର ସମ୍ଭାବ୍ୟ ଏକାଦଶ

ଶୁଭମନ ଗିଲ୍(ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ଗ୍ଲେନ ଫିଲିପ୍ସ, ଓ୍ଵାଶିଂଟନ ସୁନ୍ଦର, ରାହୁଲ ତେଓ୍ଵତିଆ, ଶାହରୁଖ ଖାନ, ରଶିଦ ଖାନ, ଅଶୋକ ଶର୍ମା, କାଗିସୋ ରାବଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବ୍ୟ ଏକାଦଶ

ରିୟାନ ରିକଲଟନ, କ୍ଵିଣ୍ଟନ ଡିକକ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶେରଫନ ରଦରଫୋର୍ଡ, ତିଳକ ବର୍ମା, ମୟଙ୍କ ରାଓ୍ଵତ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଯଶପ୍ରୀତ ବୁମରା, ଆଲ୍ଲା ଗଜନଫର।