ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୭ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବ୍ୟବସାୟୀ ଏବଂ ଟିକସଦାତା ପାଇଁ ଜିଏସଟି ସିଷ୍ଟମକୁ ସରଳ କରିବା, ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ବ୍ୟାକ୍ସ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଆଣିବା ପାଇଁ ଅନେକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରି ଦିଆଯାଇଛି ।

ଜିଏସଟି ପରିଷଦରେ ଟ୍ୟାକ୍ସ ଅଧିକାରୀଙ୍କ ଗିରଫ କରିବା ଶକ୍ତିକୁ ଶେଷ କରାଯାଇଛି ଏବଂ ମୋକଦ୍ଦମା ଚଲାଇବା ସୀମା ୧ କୋଟି ଟଙ୍କାରୁ ବଢାଇ ୫ କୋଟି ଟଙ୍କା କରାଯାଇଛି । ବର୍ତ୍ତମାନ ଅଧିକାର ଅନୁସାରେ, ଜିଏସଟି ଅଧିକାରୀଙ୍କୁ ବଡ଼ ଅପରାଧ ଯେପରିକି ଟିକସ ଚୋରି, ଜାଲିଆତି କରି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେବା କିମ୍ୱା ବେଆଇନ ଭାବେ ରିଫଣ୍ଡ୍ ନେବା ମାମଲାରେ ଗିରଫ କରିବାର ଶକ୍ତି ରହିଛି । ଏଥିପାଇଁ ଏବେ ଆୟୁକ୍ତ ସ୍ତରର ଅଧିକାରୀଙ୍କ ଠାରୁ ପ୍ରଥମେ ଅନୁମତି ନେବା ଜରୁରି ହେବ ।

ଏହା ସହିତ ରିଫଣ୍ଡ୍ ପ୍ରକ୍ରିୟାକୁ ମଧ୍ୟ ତ୍ୱରିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏବେ ରିଫଣ୍ଡ୍ କ୍ଲେମ୍‌କୁ ସ୍ୱୀକାର କରିବାର ସମୟସୀମା ୧୫ ଦିନରୁ ହ୍ରାସ କରି ୧୦ ଦିନ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଜିଏସଟି ହାର ସମୀକ୍ଷା ପାଇଁ ପ୍ରତ୍ୟେକ ବର୍ଷ କାଉନସିଲ୍ ଏକ ଅଲଗା ବୈଠକ କରିବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦରେ ଜିଏସଟି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପରିଷଦ କରିଥିବା ସୁପାରିଶ ବାବଦରେ ଅର୍ଥମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରିଷଦ ନୋଟିସ୍ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ମାନଦଣ୍ଡ ସ୍ଥିର କରିବାକୁ ସୁପାରିଶ କରିଛି । ୧୦,୦୦୦ କିମ୍ବା ତା'ଠାରୁ କମ୍ ଆର୍ଥିକ ସୀମା ସହିତ ଜଡ଼ିତ କୌଣସି ନୂତନ ନୋଟିସ୍ ଜାରି କରାଯିବ ନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ସୀମା ତଳେ ଥିବା ସମସ୍ତ ବିଚାରାଧୀନ ନୋଟିସ୍ ମଧ୍ୟ ପ୍ରତ୍ୟାହାର କରାଯିବ । ସେ ଜୋର ଦେଇ କହିଛନ୍ତି ଯେ ଯଦି ଏପରି ନୋଟିସ୍ ପୂର୍ବରୁ ଜାରି କରାଯାଇଥିଲା, ତେବେ ସେଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ । ଟିକସଦାତାଙ୍କ ଉପରେ ଛୋଟ ମାମଲା ବୋଝ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଜିଏସଟି ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଆଣିବ ଏବଂ ପ୍ରକ୍ରିୟାଗୁଡ଼ିକୁ ସରଳ କରିବାରେ ସାହାଯ୍ୟ କରିବ ।

ଗିରଫଦାରୀ କ୍ଷମତା ଉପରେ ନିୟନ୍ତ୍ରଣ: ନିର୍ଦ୍ଦିଷ୍ଟ ମାମଲାରେ ଜିଏସଟି ଅଧିକାରୀଙ୍କ ମନମୁଖୀ ଗିରଫଦାରୀ କ୍ଷମତାକୁ ଉଚ୍ଛେଦ କିମ୍ବା ସୀମିତ କରାଯାଇଛି ।

ମାମଲା ରୁଜୁ ପାଇଁ ସୀମା ବୃଦ୍ଧି: ଫୌଜଦାରୀ ମାମଲା ଆରମ୍ଭ କରିବା ପାଇଁ ସର୍ବନିମ୍ନ ସୀମା ୧ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା କ୍ଷୁଦ୍ର କିମ୍ବା ସଙ୍ଗୀନ ନଥିବା ଟିକସ ମାମଲାରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ହ୍ରାସ କରିବ ।

କାରଣ ଦର୍ଶାଅ ନୋଟିସ୍ ପାଇଁ ସୀମା: ଟିକସ ନୋଟିସ୍ ଜାରି କରିବାର ପ୍ରକ୍ରିୟାକୁ ଯୁକ୍ତିଯୁକ୍ତ କରିବା ପାଇଁ, କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ସର୍ବନିମ୍ନ ୧୦,୦୦୦ ଟଙ୍କା ସ୍ଥିର କରାଯାଇଛି ।

ରାଇଡର ଡେଲିଭରି ସେବା ଉପରେ ଟିକସ ହ୍ରାସ: ଅଣପଞ୍ଜିକୃତ ରାଇଡର ଡେଲିଭରି ସେବା ଉପରେ ଜିଏସଟି ହାର ୧୮%ରୁ ୫%କୁ ହ୍ରାସ କରାଯାଇଛି ।

ଇ-କମର୍ସ ବିକ୍ରେତାଙ୍କୁ ସୁବିଧା: ପ୍ରାୟ ୯.୫ ଲକ୍ଷ ଛୋଟ ବିକ୍ରେତାଙ୍କୁ ପ୍ରତ୍ୟେକ ରାଜ୍ୟରେ ବିନା ଭୌତିକ ଉପସ୍ଥିତିରେ ବ୍ୟବସାୟ ସ୍ଥାନ ଭାବରେ ପ୍ଲାଟଫର୍ମ ଗୋଦାମଗୁଡ଼ିକୁ ପଞ୍ଜିକରଣ କରିବାକୁ ଅନୁମତି ଦିଆଯାଇଛି ।