ଭୁବନେଶ୍ବର ୧୨।୮: ଆଜି ବିଶ୍ୱ ହାତୀ ଦିବସ । ହାତୀ ସୁରକ୍ଷାର ବାର୍ତ୍ତା ହିଁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶାରେ ୨୧୦୦ ରୁ ଅଧିକ ହାତୀ ଅଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହସ୍ତୀ ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଚାଲିଛି । ଏଥରର ଥିମ୍ ରହିଛି"Conserve, Educate, Inspire"। ଅର୍ଥାତ ସଂରକ୍ଷଣ କର, ଶିକ୍ଷା ଦିଅ, ଓ ପ୍ରେରଣା ନିଅ ।

ଆଜିର ଆକର୍ଷଣ ହେଉଛି ହାତୀ ମାନଙ୍କ ପାଇଁ "Feeding Enrichment"। ଫଳ, ଗୁଡ଼, କଦଳୀ, ତରଭୁଜ ଓ ଅନ୍ୟାନ୍ୟ ପ୍ରିୟ ଖାଦ୍ୟ ହାତୀ ମାନଙ୍କୁ ଦେଇ ସମ୍ମାନ ଜଣାଯାଉଛି । ଏହି ସମୟରେ ପର୍ଯ୍ୟଟକ ମାନେ ମଧ୍ୟ ହାତୀ ମାନଙ୍କୁ ଖାଇବାକୁ ଦେଉଛନ୍ତି ।

ଦ୍ୱିତୀୟ କାର୍ଯ୍ୟକ୍ରମ "Felicitation of Mahouts"। ମାହୁତ ମାନେ ହେଉଛନ୍ତି ହାତୀଙ୍କର ପ୍ରକୃତ ସାଥୀ ଓ ସେବକ। ଦିନ ରାତି ଏକ କରି ସେମାନେ ହାତୀଙ୍କର ଯତ୍ନ ନେଇଥାନ୍ତି । ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଉଛି । ସେହିପରି "Keepers Talk" ର ଆୟୋଜନ ହୋଇଛି । ଜୁ କିପର୍ ମାନେ ହାତୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ବ୍ୟବହାର ବିଷୟରେ ସୂଚନା ଦେବେ।

​​​​​​​

Also Read:- ମୃତଦେହ ନେଇ ଯାଉଥିବା ସ୍ବର୍ଗ ରଥ ଓଲଟିଲା, ଦୁର୍ଘଟଣାରେ ୩ ଆହତ

ଛାତ୍ରଛାତ୍ରୀ ମାନଙ୍କ ପାଇଁ "On the Spot Quiz" ପ୍ରତିଯୋଗିତା ରହିଛି । ହାତୀ ସମ୍ପର୍କରେ ଜ୍ଞାନ ବଢାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହା ସହ "Signature Campaign" ମଧ୍ୟ ଚାଲିଛି। "Save Elephant, Save Forest" ସ୍ଲୋଗାନ ସହିତ ହଜାର ହଜାର ଲୋକ ସ୍ୱାକ୍ଷର କରୁଛନ୍ତି।