ନୂଆଦିଲ୍ଲୀ: ସାରା ବିଶ୍ୱରେ ଯୁଦ୍ଧ ସ୍ଥିତି ଉପୁଜିଛି। କିଛି ଦେଶ ବର୍ତ୍ତମାନ ଯୁଦ୍ଧରତ ଥିବା ବେଳେ ଆଉ କିଛି ଯୁଦ୍ଧ ମୁହାଁ ହେଉଛନ୍ତି। କେତେବେଳେ କିଛି ବି ଘଟି ଯାଇପାରେ। ଏପଟେ ଭାରତର ଭୂରାଜନୈତିକ ସ୍ଥିତି ଗମ୍ଭୀର ରହିଛି। ପାକିସ୍ତାନ ବାରମ୍ବାର ଧମକ ଦେବା, ଚୀନ ସୀମା ଦଖଲ କରିବାକୁ ଚାହିଁ ବସିବା ଓ ବାଂଲାଦେଶ ନାଲି ଆଖି ଦେଖାଇବା ଭଳି ସ୍ଥିତି ଭାରତ ପାଇଁ ଚିନ୍ତାଜନକ ରହିଛି। ତେଣୁ ଶତ୍ରୁଙ୍କ ବଳୟରେ ଥିବା ଭାରତ ସାମରିକ କ୍ଷେତ୍ରକୁ ମଜଭୁତ କରିବାକୁ ଯୋଜନା କରୁଛି। ଏଥିପାଇଁ ୨.୩୮ ଲକ୍ଷ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର।

ଭାରତର ସାମରିକ କ୍ଷମତା ଏବଂ ଫାୟାର ପାୱାରକୁ ମଜଭୁତ କରିବାକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଶୁକ୍ରବାର ୨.୩୮ ଲକ୍ଷ କୋଟି ଟଙ୍କା (ପ୍ରାୟ ୨୫ ବିଲିୟନ ଆମେରିକୀୟ ଡଲାର) ମୂଲ୍ୟର ସାମରିକ ଉପକରଣ କ୍ରୟ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏନେଇ ଡିଏସି ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ସ୍ଥଳ ସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀରେ ବିଭିନ୍ନ ପ୍ରକାରର ସାମରିକ ଅଧିଗ୍ରହଣ ପାଇଁ ରାଜନାଥ ସିଂହ ଆବଶ୍ୟକତାର ସ୍ୱୀକୃତି (AoN) ପ୍ରଦାନ କରିଛନ୍ତି।

Also read- Nokia lay off: ୧୪ ହଜାର କର୍ମଚାରୀ ଛଟେଇ କରିବ ନୋକିଆ, ସର୍ବାଧିକ ପ୍ରଭାବିତ ହେବ ଭାରତୀୟ ଟିମ୍

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଆଜି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ ଅଧ୍ୟକ୍ଷତା କରିଥିଲି। ଯେଉଁଥିରେ ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରସ୍ତାବକୁ ଏଓଏନ୍‌ ମଞ୍ଜୁର କରାଯାଇଥିଲା। DACରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଭାରତର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ।”

ରାଜନାଥ ଆହୁରି ଲେଖିଛନ୍ତି “ଭାରତୀୟ ସେନା ପାଇଁ, ଏୟାର ଡିଫେନ୍ସ ଟ୍ରାକ୍ଡ ସିଷ୍ଟମ, ଆର୍ମର୍ଡ ପିୟର୍ସିଂ ଟ୍ୟାଙ୍କ୍ ଆମ୍ୟୁନେସନ, ହାଇ କାପାସିଟି ରେଡିଓ ରିଲେ, ଧନୁଷ ଗନ୍ ସିଷ୍ଟମ ଏବଂ ରନୱେ ଇଣ୍ଡିପେଣ୍ଡେଣ୍ଟ ଏରିଆଲ୍ ସର୍ଭିଲେନ୍ସ ସିଷ୍ଟମ ଅନୁମୋଦନ ପ୍ରଦାନ କରାଯାଇଥିଲା।”

ସେନା ଆଧୁନିକିକରଣକୁ ଗୁରୁତ୍ୱ

ଯୁଦ୍ଧକ୍ଷେତ୍ରରେ ସେନାର ପ୍ରଭାବଶାଳୀ ପ୍ରଦର୍ଶନକୁ ବଢ଼ାଇବା ପାଇଁ ଡିଏସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅନୁମତି ଦେଇଛି। ଏଥିରେ ରିୟଲ ଟାଇମ ଏୟାର ଡିଫେନ୍ସ କଣ୍ଟ୍ରୋଲ ଏବଂ ରିପୋର୍ଟିଂ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏୟାର ଡିଫେନ୍ସ ଟ୍ରାକଡ୍ ସିଷ୍ଟମ୍ ଏବଂ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ରେଡିଓ ରିଲେ ସିଷ୍ଟମ୍ କିଣିବାକୁ ଅନୁମୋଦନ ମିଳିଛି।

ସେହିପରି ଆଣ୍ଟି ଟ୍ୟାଙ୍କ ମାରକ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆର୍ମର୍ଡ ପିୟର୍ସିଂ ଟ୍ୟାଙ୍କ ଆମ୍ୟୁନେସନ, ଉନ୍ନତ ସଠିକତା ସହିତ ଦୂରଗାମୀ ତୋପ ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଧନୁଷ ଗନ୍ ସିଷ୍ଟମ ଏବଂ ବିଭିନ୍ନ ଅଞ୍ଚଳରେ ଉତ୍ତମ ଗୁଇନ୍ଦା ଏବଂ ନିରୀକ୍ଷଣ ପାଇଁ ରନୱେ ଇଣ୍ଡିପେଣ୍ଡେଣ୍ଟ ଏରିଆଲ୍ ସର୍ଭିଲାନ୍ସ ପ୍ରଣାଳୀ ମଧ୍ୟ କିଣାଯିବ।

Also Read- Germany Labour Shortage: ଜର୍ମାନୀରେ ଶ୍ରମିକ ସଙ୍କଟ: ଭାରତ ଠାରୁ ଦକ୍ଷ ଶ୍ରମିକ ଚାହୁଁଛି ୟୁରୋପର ଏହି ଶକ୍ତିଶାଳୀ ରାଷ୍ଟ୍ର

ଏୟାରଫୋର୍ସର ରଣନୈତିକ କ୍ଷମତା ବଳ ଦେବା

ଭାରତୀୟ ବାୟୁସେନାରେ ବଡ଼ ଧରଣର ପରିବର୍ତ୍ତନ କରାଯିବ। ଏଥିରେ ମଧ୍ୟମ ପରିବହନ ବିମାନ କ୍ରୟ ପାଇଁ ଅନୁମୋଦନ ମିଳିଛି।  ଯାହା ରଣନୈତିକ ଏବଂ କୌଶଳଗତ ବିମାନ ପରିବହନ ଆବଶ୍ୟକତା ପୂରଣ କରିବା ପାଇଁ ପୁରୁଣା AN-32 ଏବଂ IL-76 ଫ୍ଲିଟଗୁଡ଼ିକୁ ପରିବର୍ତ୍ତେ ବ୍ୟବହାର କରାଯିବ। ଶତ୍ରୁର ଆକ୍ରମଣକୁ ନଷ୍ଟ କରିବା ପାଇଁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଆଟାକ କରୁଥିବା ଋଷୀୟ S-400 ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ମଧ୍ୟ ଡିଏସି ମଞ୍ଜୁରୀ ଦେଇଛି।

ଏହା ସହିତ, ସମନ୍ୱିତ ବାୟୁ ଅଭିଯାନ ଏବଂ ଗୁପ୍ତ ବୁଦ୍ଧି, ନିରୀକ୍ଷଣ ଏବଂ ଯାଞ୍ଚ ମିଶନ ସମେତ ଆକ୍ରମଣାତ୍ମକ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ ଦୂରଗାମୀ ପାଇଲଟେଡ୍ ଷ୍ଟ୍ରାଇକ୍ ଏୟାରକ୍ରାଫ୍ଟକୁ ଅନୁମୋଦନ କରାଯାଇଛି।