ପାରାଦୀର ୧୩।୧୦: ପାରାଦୀପ-ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ସମୁଦ୍ରର ଲହଡ଼ି ମାଡ଼ରେ ବୋଟ୍ ଭାଙ୍ଗିଲା । ବୋଟ୍ ଭାଙ୍ଗି ଦୁଇ ଫାଳ ହୋଇଯାଇଥିବା ସୂଚନା ।

ପାରାଦୀପ-ନେହେରୁ ବଙ୍ଗଳା ମହାନଦୀ ମୁହାଣରୁ ବୋଟ୍ ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ତେବେ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ସମୁଦ୍ର ମୁହାଣ ମୁହଁରେ ଉଚ୍ଚ ଲହଡ଼ି ବୋଟ୍ ଦେହରେ ମାଡ ହେବାକୁ ଲାଗିଥିଲା । ଯାହା ଫଳରେ ବୋଟ୍ଟି କ୍ଷତିଗ୍ରସ୍ତ ହେବା ସହ ବୋଟ୍ଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି ।

Also Read:- କବାଟ-ଝରକା ବନ୍ଦ ଆଳରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଫେରାର ପ୍ରଧାନ ଶିକ୍ଷକ ଘରୁ ଗିରଫ

ତେବେ ମାଛ ଧରି ଫେରୁଥିବା ଅନ୍ୟ ଏକ ବୋଟ୍ ସହାୟତାରେ କ୍ଷତିଗ୍ରସ୍ତ ବୋଟ୍ରେ ଥିବା ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ ବୋଟ୍ଟି ଦୁଇ ଫାଳ ହୋଇଯାଇଛି ।

Watch Video: