କରଞ୍ଜିଆ ୧୩।୧୦: ମୟୁରଭଞ୍ଜରେ ପୁଣି ଲଜ୍ଜା । ପୁଣି ଜଣେ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ବନ୍ଧାହେଲେ ରସିକିଆ ପ୍ରଧାନ ଶିକ୍ଷକ । ବାଙ୍ଗିରିପୋଷି ବ୍ଲକ୍ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟର ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗତ ସେପ୍ଟେମ୍ବର ୨୫ ତାରିଖରେ ଶୁକୃଳି ବ୍ଲକ ଘାଗି ଆଶ୍ରମ ବିଦ୍ୟାଳୟର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକିଥିଲେ । ଛାତ୍ରୀ ଜଣଙ୍କୁ କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ଛାତ୍ରୀ ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ କହିବା ପରେ ବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ ।

Also Read:- ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲା ଦୋକାନ ସହ ଟ୍ରାକ୍ଟର ଡାଲା

ତେବେ ସୋମବାର ଫୋନ୍ ଯୋଗେ ପୀଡିତା ଛାତ୍ରୀ ତାଙ୍କ ଅଭିଭାବକଙ୍କୁ ସବୁ କଥା କହିବା ପରେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ଏ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଛାତ୍ରୀଙ୍କ ବାପା । ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ବିଦ୍ୟାଳୟକୁ ଯାଇ ଅଧିକ ତଦନ୍ତ କରି BNS ଧାରା ୨୦୬/୭୫, ୭୭, ୭୮ ଏବଂ RWL ଧାରା ୮, ୧୦, ୧୨ ଓ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା । ସମ୍ପୃକ୍ତ ଫେରାର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ତାଙ୍କ ବାରିପଦା ସ୍ଥିତ ବାସଭବନରୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି ବୋଲି ରାଇରଙ୍ଗପୁର SP ସୁରେଶ ପାତ୍ର ସୂଚନା ଦେଇଛନ୍ତି ।

Watch Video: