ମୁମ୍ବାଇ ୧୮।୦୨: ଗୋବିନ୍ଦା ଏବଂ ସୁନିତା ଆହୁଜା ସେମାନଙ୍କ ପର୍ସନାଲ୍ ଲାଇଫ୍‌କୁ ନେଇ ଗତ ବର୍ଷରୁ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ବୈବାହିକ ଜୀବନରେ ମତଭେଦର ଗୁଜବ ପ୍ରସାରିତ ହୋଇଥିଲା। ଅଭିନେତା ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିବା ନେଇ ମଧ୍ୟ କୁହାଯାଉଥିଲା। ଏପରିକି ସେମାନଙ୍କ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିବା ଗୁଜବ ହେଉଥିଲା। ପରେ ସୁନିତା ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ଧୋକା ଦେବା ଗୁଜବ ବିଷୟରେ ଆଲୋଚନା କରିଥିଲେ ଏବଂ ଝିଅର ନାଁକୁ ଇଙ୍ଗିତ କରି କହିଥିଲେ, "ମୁଁ କୋମଲ ନାଁକୁ ଘୃଣା କରେ।" ଏବେ ତାଙ୍କର ଲାଟେଷ୍ଟ ଭ୍ଲଗରେ, ସୁନିତା ପୁଣି ଥରେ ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି।

ତାଙ୍କର ମାନସିକ ଅବସ୍ଥା ବିଷୟରେ ସୁନୀତା କହିଛନ୍ତି, "ଅନେକ ଲୋକ ମୋର ସରଳତାର ସୁଯୋଗ ନେଇଛନ୍ତି। ମୁଁ ବହୁତ ସହ୍ୟ କରିଛି, କିନ୍ତୁ ଆଉ ନୁହେଁ। ମୁଁ ଏବେ ମୋର ପରିଚୟ ପାଇସାରିଛି। ୪୦ ବର୍ଷର ସମ୍ପର୍କ ରାତାରାତି ଭାଙ୍ଗିଯାଏ ନାହିଁ। କିନ୍ତୁ ମୁଁ ଅଧିକ ଦୃଢ଼ ହୃଦୟର ହୋଇଗଲି।"ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ପାରିବାରିକ ପରିବେଶ କିପରି ଥରେ ତାଙ୍କ ନୀରବତାକୁ ପ୍ରଭାବିତ କରିଥିଲା। ସେ କହିଛନ୍ତି, "ମୁଁ ସବୁବେଳେ ସତ କହିଥାଏ। ମୁଁ ପ୍ରତ୍ୟେକ ମହିଳାଙ୍କୁ ତାଙ୍କ ଅଧିକାର ପାଇଁ ଲଢ଼ିବାକୁ କହେ। ଯେତେବେଳେ ମୋ ଶ୍ୱଶୁର ଘର ଲୋକ ପାଖରେ ଥିଲେ, ମୁଁ ଚୁପ୍ ରହିଥିଲି କାରଣ ମୁଁ ସେମାନଙ୍କୁ ବହୁତ ଭଲ ପାଉଥିଲି ଏବଂ ସମ୍ମାନ କରୁଥିଲି। କିନ୍ତୁ ଏବେ ଯେତେବେଳେ ଗୋବିନ୍ଦା ଏବଂ ମୁଁ ବନ୍ଧୁ, ମୁଁ କାହିଁକି ତାଙ୍କ କଥା ଶୁଣିବି କିମ୍ବା ଭୟରେ ବଞ୍ଚିବି?"

ଏଥିସହିତ ଗୋବିନ୍ଦାଙ୍କୁ କ୍ଷମା କରିଦେବା ବିଷୟରେ ପଚରାଯିବାରୁ ସୁନୀତା କହିଛନ୍ତି, "ତୁମେ ଜାଣିନାହଁ, ସେ ମୋର ପିଲାଦିନର ପ୍ରେମ। ଯଦି ସେ ସୁଧୁରି ଯାଏ ଏବଂ ଆମ ହିସାବରେ ଚାଲେ, ତେବେ ମୁଁ ତାକୁ କ୍ଷମା କରିଦେବି। ଯଦି ସେ ପରିବର୍ତ୍ତନ ହୁଏ ଏବଂ ମୋ ଇଚ୍ଛା ଅନୁଯାୟୀ ଜୀବନଯାପନ କରେ, ତେବେ ମୁଁ ତାକୁ ଖୁସିରେ ଖୁସିରେ କ୍ଷମା କରିଦେବି।

ଅଧିକ ପଢନ୍ତୁ- ୧୨ ଦିନ ଜେଲରେ କେମିତି କଟିଥିଲା ? ରାଜପାଲ ଯାଦବ କଲେ ଖୁଲାସା