ମୋହନା: ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ମହେନ୍ଦ୍ରଗିରିରେ ଚାଲିଥିବା ମେଳାରେ ଯୋଗ ଦେଇଛନ୍ତି ମାନ୍ୟବର ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ସୋମବାର । ଏହା ସହ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ରାଜ୍ୟପାଳ ।

ପୂର୍ବାହ୍ନରେ ରାଜ୍ୟପାଳ ଗଜପତି ଜିଲ୍ଲାର ପବିତ୍ର ମହେନ୍ଦ୍ରଗିରି ପର୍ବତଠାରେ ଆୟୋଜିତ ମହେନ୍ଦ୍ରଗିରି ମେଳାର ମହାଯଜ୍ଞରେ ଯୋଗ ଦେଇଥିଲେ ଏବଂ ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହା ପରେ ଅପରାହ୍ନ ପ୍ରାୟ ୩ ଟାରେ ରାଜ୍ୟପାଳ ଜିରାଙ୍ଗରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା l ଏହାପରେ ବୌଦ୍ଧ ମନ୍ଦିରରେ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ ତିବତୀୟ l ରାଜ୍ୟପାଳ ବୌଦ୍ଧ ମନ୍ଦିର ପରିଦର୍ଶନ କରିବା ବେଳେ ଗଜପତି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ତିବ୍ବତୀୟ ଗୁରୁଜୀ ଉପସ୍ଥିତ ଥିଲେ l

Also Read: ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲର ନୂଆ କ୍ୟାମ୍ପସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ମୟୂରଭଞ୍ଜ ସ୍ୱାସ୍ଥ୍ୟସେବା ପାଇଁ ହେବ ନୂଆ ମାଇଲ ଖୁଣ୍ଟ