ଭୁବନେଶ୍ବର ୧୬।୮: ରାଜ୍ୟରେ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ସଚିବ ଶୋଭା ଶର୍ମା, ନଗର ଉନ୍ନୟନ ବିଭାଗ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା, ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଛି । ଆଇଏମଡି ଆକଳନ କରିଛି ୧୬ରୁ ୧୮ ପ୍ରବଳ ବର୍ଷା ହେବ । ୧୭ ତାରିଖରେ ବର୍ଷାର ପରିମାଣ ଆହୁରି ବଢିବ । ୧୮ ତାରିଖରେ ଟିକେ କମିବ ଏବଂ ୧୯ ରେ ପାଗ ଠିକ୍ ହୋଇଯିବ । ସମସ୍ତ ସରକାରୀ ଅଧିକାରୀ କ୍ଷେତ୍ରରେ ଅଛନ୍ତି । ସବୁ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କ ଛୁଟି ବାତିଲ କରାଯାଇଛି । ଜୁନ ୧ରୁ ଅଗଷ୍ଟ ୧୬ ଯାଏଁ ୯୫୩ ମିଳିଲିମିଟର ବର୍ଷା ହୋଇଛି । ଯାହା ଅନ୍ୟ ବର୍ଷ ଠାରୁ ୨୭% ଅଧିକ ବର୍ଷା । 

ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପଠାଯାଇଛି । ସେମାନେ ପୂର୍ବରୁ ବନ୍ୟା ପରିଚାଳନା କରିଛନ୍ତି । ଏବେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପଠାଯାଇଛି । ସବୁ ଜିଲ୍ଲାପାଳଙ୍କ ଆବଶ୍ୟକତା ବୁଝାଯାଇଛି । ସେମାନଙ୍କର ଯାହା ଯାହା ଆବଶ୍ୟକତା ରହିଛି ସେ ନେଇ ସେମାନେ କହିଛନ୍ତି, ସେମାନଙ୍କ ଆବଶ୍ୟକତାକୁ ପୂରଣ କରାଯିବ । ବର୍ଷାରେ ୪୯ ବ୍ଲକ୍, ୫ ସହର, ୩୩୧ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ୫ ଲକ୍ଷ ୧୫ ହଜାର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୩୭ ହଜାରଙ୍କୁ ସ୍ଥାନାନ୍ତର କରାଯାଇଛି । ୨୯୩ କ୍ୟାମ୍ପ କରାଯାଇଛି ।

TPNODLର ଅଧିକାରୀ ଫିଲ୍ଡରେ ଅଛନ୍ତି । ଆଜି ସନ୍ଧ୍ୟା ଯାଏଁ ଯେଉଁଠି ସମ୍ଭବ, ବିଦ୍ୟୁତ ସରବରାହ ଦିଆଯିବ । ନଗର ଉନ୍ନୟନ ବିଭାଗର ରାପିଡ଼ ଆକ୍ସନ ଟିମ୍ ମହଜୁଦ ଅଛନ୍ତି । ୫୦୦୦ କ୍ବିଣ୍ଟାଲ ଗୋ-ଖାଦ୍ୟ, ୩୬ RRT ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ ମୁତୟନ ଅଛନ୍ତି । ମେଡିକାଲ କଲେଜ ଗୁଡିକର କମ୍ୟୁନିଟି ମେଡିସିନ ବିଭାଗ କ୍ୟାମ୍ପରେ ଅଛନ୍ତି । ଆଣ୍ଟି ସ୍ନେକ୍ ଭେନମ ଅଛି । RRT ଦୁଇ ଦୁଇ ଥର ବୁଲୁଛନ୍ତି ।

ଜଳ ସମ୍ପଦ ବିଭାଗ ରାତିଦିନ କାମ କରୁଛନ୍ତି । ପାଣି ଛାଡିଲେ, ଘାଇ ମରାମତି ହେବ । କ୍ଷୟକ୍ଷତି ଆକଳନ ହେଉଛି । ସହରରେ କିଛି ଭୁଲ ପରିଚାଳନା ହୋଇନି । ଖବର ଆସିଲେ, ଆକ୍ସନ ନିଆଯିବ । କୁମ୍ଭୀର ଆକ୍ରମଣରୁ ସଚେତନ କରାଯାଉଛି । ସେଲ୍ଫି ଆଉ ପାଣି ଦେଖିବା ଆଳରେ ଯାଉଥିବାରୁ ଦୁର୍ଘଟଣା ଘଟୁଛି । ଲୋକମାନଙ୍କୁ ଏଥିରୁ ନିବୃତ ରହିବାକୁ ନିବେଦନ । ଜିଲ୍ଲାପାଳ ମାନେ ସରକାରୀ ଅଧିକାରୀଙ୍କୁ ରିଲିଫ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାଣି କମୁଥିଲା ହେଲେ ବର୍ଷା ବଢ଼ୁଥିବାରୁ, ଆଲର୍ଟ ରହିବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପଠାଯାଇଛି । ସେମାନେ ପୂର୍ବରୁ ବନ୍ୟା ପରିଚାଳନା କରିଛନ୍ତି । ଏବେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପଠାଯାଇଛି । ସବୁ ଜିଲ୍ଲାପାଳଙ୍କ ଆବଶ୍ୟକତା ବୁଝାଯାଇଛି । ସେମାନଙ୍କର ଯାହା ଯାହା ଆବଶ୍ୟକତା ରହିଛି ସେ ନେଇ ସେମାନେ କହିଛନ୍ତି, ସେମାନଙ୍କ ଆବଶ୍ୟକତାକୁ ପୂରଣ କରାଯିବ । ବର୍ଷାରେ ୪୯ ବ୍ଲକ୍, ୫ ସହର, ୩୩୧ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ୫ ଲକ୍ଷ ୧୫ ହଜାର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୩୭ ହଜାରଙ୍କୁ ସ୍ଥାନାନ୍ତର କରାଯାଇଛି । ୨୯୩ କ୍ୟାମ୍ପ କରାଯାଇଛି । TPNODLର ଅଧିକାରୀ ଫିଲ୍ଡରେ ଅଛନ୍ତି । ଆଜି ସନ୍ଧ୍ୟା ଯାଏଁ ଯେଉଁଠି ସମ୍ଭବ, ବିଦ୍ୟୁତ ସରବରାହ ଦିଆଯିବ ।

Watch Video: