ନୂଆଦିଲ୍ଲୀ: ପରିସୀମନ ସହିତ ମହିଳା ସଂରକ୍ଷଣ ୨୦୨୯ ଲାଗୁ କରିବା ପାଇଁ ବିଧେୟକର ଅଗ୍ନିପରୀକ୍ଷା ସଂସଦରେ ୧୭ ଏପ୍ରିଲ ଶୁକ୍ରବାର ହେବ। ଏହା ସମ୍ବିଧାନ ସଂଶୋଧନ ବିଧେୟକ ହୋଇଥିବାରୁ ଏଥିପାଇଁ ସଂସଦରେ ସଦସ୍ୟଙ୍କ ଦୁଇ ତୃତୀୟାଂଶ ବହୁମତରେ ବିଧେୟକ ଗୃହୀତ ହୋଇ ପାରିବ। ବର୍ତ୍ତମାନର ସବୁ ସାଂସଦ ଯଦି ମହଜୁଦ ରହନ୍ତି ବିଧେୟକ ଗୃହୀତ କରିବା ପାଇଁ ୩୬୦ ସମର୍ଥନ ଆବଶ୍ୟକ ପଡିବ। ଏଥିରୁ ଏନଡିଏ ନିକଟରେ ୨୯୩ ସମର୍ଥନ ଥିବା ବେଳେ ବିରୋଧୀଙ୍କ ପାଖରେ ୨୩୮-୪୦ ସଦସ୍ୟଙ୍କ ସମର୍ଥନ ରହିଛି। ସଂସଦରେ ଏପରି ୬-୭ଜଣ ସାଂସଦ ଅଛନ୍ତି ଯେଉଁମାନେ କୌଣସି ଗୋଷ୍ଠୀର ନୁହନ୍ତି ଓ ଆବଶ୍ୟକତା ପଡିଲେ ଏନଡିଏକୁ ସମର୍ଥନ କରନ୍ତି।

ଦୁଇତୃତୀୟାଂଶ ବହୁମତର ଚ୍ୟାଲେଞ୍ଜ
ଏଣୁ ବିଧେୟକ ଗୃହୀତ କରିବା ପାଇଁ ସରକାରଙ୍କୁ ବେଶ୍ କସରତ କରିବାକୁ ପଡିବ। ଏଥି ପାଇଁ ଗୁରୁବାର ଦିନ ତମାମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ପରେ ବୈଠକ ଅନୁଷ୍ଠିତ ହୋଇଛି। କୁହାଯାଉଛି ସଂସଦୀୟ ନିର୍ବାଚନମଣ୍ଡଳି ସୀମାନିର୍ଦ୍ଧାରଣ ବିଧେୟକ ଯଦି ଗୃହୀତ ନ ହୁଏ ତେବେ ମହିଳା ସଂରକ୍ଷଣ ବିଲ ୨୦୩୪ ମସିହା ପର୍ଯ୍ୟନ୍ତ ଟଳିଯିବ। ୨୦୨୩ରେ ଗୃହୀତ ମହିଳା ସଂରକ୍ଷଣରେ ପ୍ରଥମରୁ ପ୍ରାବଧାନ ରହିଛି ଯେ ୨୦୨୭ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ପରେ ଏହାକୁ ଲାଗୁ କରାଯିବ। ତେବେ ଗୁରୁବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥିତି ଅନୁସାରେ ସରକାରଙ୍କ ନମ୍ବର ଗେମ ଏହି କଥା ଉପରେ ନିର୍ଭର କରିବ ଯେ ବିରୋଧୀ ଦଳଙ୍କ କେତେ ସାଂସଦ ସଦନରେ ଅନୁପସ୍ଥିତ ରହିବେ।

ନମ୍ବର ଗେମରେ ଅଟକିଛି ଖେଳ
ଗୁରୁବାର ସଦନରେ ବିଧେୟକ ଉପସ୍ଥାପନ କାଳରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ସଂଖ୍ୟା କମ ଥିଲା। ତେବେ ଶୁକ୍ରବାର ଭୋଟିଂ କାଳରେ ସଦନରେ ସବୁଦଳର ସାଂସଦ ମହଜୁଦ ଥିବେ ବୋଲି ଅନୁମାନ କରାଯାଉଛି। ଗୁରୁବାର ସଂସଦରେ ଟିଏମସିର ମାତ୍ର ୫ ଜଣ ସାଂସଦ ଥିଲେ। ହେଲେ ଶୁକ୍ରବାର ଆଉ ୧୫ ସାଂସଦଙ୍କୁ ସଦନରେ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ବାଦେ ମଧ୍ୟ ଟିଏମସିର ୯ ଜଣ ସାଂସଦ ଅନୁପସ୍ଥିତ ରହିବେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସାଂସଦ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି। ସେହିପରି ତାମିଲନାଡୁରେ ମଧ୍ୟ ବିଧାନସଭା ନିର୍ବାଚନ। ଏଣୁ କିଛି ସାଂସଦ ଅନୁପସ୍ଥିତ ରହିପାରନ୍ତି। ତେବେ ଅନୁପସ୍ଥିତିର ଜରୁରି ସେତେବେଳେ ଖୋଜା ପଡିବ ଯେତେବେଳେ ଶାସକ ଦଳର ସବୁ ସାଂସଦ ଉପସ୍ଥିତ ଥିବେ ଓ ବିରୋଧୀ ଦଳ ସାଂସଦଙ୍କ ସଂଖ୍ୟା ଦେଢଶହ ଆଖପାଖରେ ଅଟକି ଯିବ। ତେବେ ଏହା ଯେତେ ସହଜ ଲାଗୁଛି ସେତେ ସହଜ ହେବନି।

ସରକାର ରଣନୀତି ଉପରେ କରୁଛନ୍ତି କାମ
ତେବେ ରଣନୀତିକାରଙ୍କ କହିବା କଥା ହେଉଛି ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ପ୍ରଭାବ ଦେଖାଇ ପାରେ। ପ୍ରଧାନମନ୍ତ୍ରୀ କହିଥିଲେ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ହେଲେ ସାଧାରଣ ଆସନ ସଂଖ୍ୟା ହ୍ରାସ ହେବନି। ତେବେ କହିବାର କଥା ହେଉଛି ସବୁଦଳର ବହୁ ସଂଖ୍ୟାରେ ସଦସ୍ୟ ସାଧାରଣ ସିଟ ହ୍ରାସ ହେଉ ବୋଲି ଦାବି କରୁଛନ୍ତି। ଏଥିରେ ଗୃହମନ୍ତ୍ରୀ ଯେପରି ଦକ୍ଷିଣ ରାଜ୍ୟରେ ଆସନ ସଂଖ୍ୟା ବଢୁଥିବାର କହିଛନ୍ତି ସେଥିରୁ ଆସନକୁ ନେଇ ଥିବା ଅସାମଞ୍ଜସ୍ୟ ଦୂର ହୋଇ ଯାଇଛି। ଯଦି ଲୋକସଭାରେ ବିଧେୟକ ଗୃହୀତ ହୋଇ ଯାଏ ଏହା ରାଜ୍ୟସଭାରେ ଆଉ ଅଟକି ନ ପାରେ। କାରଣ ସେଠାରେ ସରକାରଙ୍କୁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ମିଳିବା କଷ୍ଟକର ହେବନି।