Gold Silver Rate Today: ଗତ ଦୁଇ ଦିନ ଧରି ଲଗାତର ବଢ଼ିବା ପରେ ଆଜି ହଠାତ୍ ତଳକୁ ଖସିଛି ସୁନା ଓ ରୁପା ଦର। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଶୁକ୍ରବାର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୧,୭୪୮ଟଙ୍କା ହ୍ରାସ ପାଇ ୧.୫୧ ଲକ୍ଷ ଟଙ୍କା ହୋଇଛି। ଗତକାଲି ସୁନା ୧.୫୩ ଲକ୍ଷ ଟଙ୍କା ଥିଲା। ଶୁକ୍ରବାର ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଏକ କିଲୋଗ୍ରାମ ରୁପା ମୂଲ୍ୟ ୩,୩୬୨ ଟଙ୍କା ହ୍ରାସ ପାଇ ବର୍ତ୍ତମାନ କେଜି ମୂଲ୍ୟ ୨.୪୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତକାଲି (ଏପ୍ରିଲ ୧୬) ରୁପା କେଜି ୨.୫୧ ଲକ୍ଷ ଟଙ୍କା ଥିଲା।

ଆମେରିକା-ଇରାନ ଯୁଦ୍ଧ ଯୋଗୁ, ଗତ ୪୯ ଦିନରେ ସୁନା ₹୭,୭୩୯ ଟଙ୍କା ଏବଂ ରୁପା ୧୮,୭୭୦ ଟଙ୍କା ହ୍ରାସ ପାଇଛି। ଯୁଦ୍ଧ ଆରମ୍ଭ ହେବାର ପୂର୍ବ ଦିନ, ଅର୍ଥାତ୍ ଫେବୃଆରୀ ୨୭ ତାରିଖରେ ସୁନା ₹୧.୫୯ ଲକ୍ଷ/୧୦ ଗ୍ରାମ ଏବଂ ରୁପା ₹୨.୬୭ ଲକ୍ଷ/କେଜି ଥିଲା।

Also Read- Petrol Diesel Price: ଭୁବନେଶ୍ୱର ଓ କଟକରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ସୁନା ଅଲ୍ ଟାଇମ୍ ହାଇରୁ ୨୫ ହଜାର ଟଙ୍କା ଶସ୍ତା ହେଲାଣି।

ଚଳିତ ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା, କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ଥିଲା ୧. ୩୩ ଲକ୍ଷ ଟଙ୍କା। କିନ୍ତୁ ୨୦୨୬ ଜାନୁଆରୀ ୨୯ ତାରିଖରେ ଏହା ୧.୭୬ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନର ସ୍ଥିତି ଦେଖିଲେ ସୁନା ଅଲ୍ ଟାଇମ ହାଇରୁ ୨୫ ହଜାର ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ମୂଲ୍ୟ ୧.୫୧ ଲକ୍ଷ ଟଙ୍କା ଅଛି।

ରୁପା ୩.୮୬ ଲକ୍ଷରୁ ୨.୪୮ ଲକ୍ଷ ଟଙ୍କାକୁ ହ୍ରାସ

ଚଳିତ ବର୍ଷ ରୁପା ଦର ସୁନା ଠାରୁ ଅଧିକ ଉପର ତଳ ହୋଇଛି। ଅଲ୍ ଟାଇମ୍ ହାଇରୁ ରୁପା ମୂଲ୍ୟ ମଧ୍ୟ ବହୁତ କମିଛି। ୨୦୨୫ ଡିସେମ୍ବର ୩୧ରେ ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା। ୨୦୨୬ ଜାନୁଆରୀ ୨୯ ତାରିଖରେ ଏହା ୩.୮୬ ଲକ୍ଷ ଟଙ୍କା ଅଲ୍ ଟାଇମ୍ ହାଇରେ ପହଞ୍ଚିଥିଲା। ତେବେ ଗତ ୭୮ ଦିନରେ ରୁପା ୧.୩୮ ଲକ୍ଷ ଟଙ୍କା ହ୍ରାସ ପାଇ ବର୍ତ୍ତମାନ କେଜି ୨.୪୮ ଲକ୍ଷ ଟଙ୍କ ହୋଇଛି।

Also Read- India Top Exports FY26: ରେକର୍ଡ ସ୍ତରରେ ଭାରତର ରପ୍ତାନି, ଦେଖନ୍ତୁ ଟପ୍-୧୦ ତାଲିକା