ନୂଆଦିଲ୍ଲୀ, ୨୭। ୦୭ : ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ବଡ ଧରଣର ପ୍ଲାନ୍ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଏସବୁର ପ୍ରଭାବ ସୁନା ଏବଂ ରୁପା ଦାମ୍ ଉପରେ ପଡିଛି । ସୋମବାର ସକାଳେ ସୁନା ଦାମ୍ ଅହେତୁକ ହ୍ରାସ ପାଇଛି ।

ରିପୋର୍ଟ ଅନୁସାରେ, ସୋମବାର ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ୧୪୪,୯୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ବିଶିଷ୍ଟ ସୁନା ଦର ୧୩୨,୮୪୦ ଟଙ୍କା ରହିଛି । ସେହିପରି ୧୮ କ୍ୟାରେଟ୍ ସୁନା ରେଟ୍ ଏକ ଲକ୍ଷ ୮ ହଜାର ୬୯୦ ଟଙ୍କା ରହିଛି । ଶୁକ୍ରବାର କିନ୍ତୁ ୨୪ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ୧ ଲକ୍ଷ ୪୬ ହଜାର ଟଙ୍କାରୁ ଅଧିକ ରହିଥିଲା । ସେହିପରି ୨୨ କ୍ୟାରେଟ୍ ବିଶିଷ୍ଟ ସୁନା ଦାମ୍ ୧,୩୩,୯୯୦ ଟଙ୍କା ରହିଥିଲା । ଅର୍ଥାତ ୨୪ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ୧୨୫୦ ଟଙ୍କା କମିଥିବା ବେଳେ ୨୨ କ୍ଯାରେଟର ସୁନାର ଦାମରେ ୧୧୫୦ ଟଙ୍କା ହ୍ରାସ ପାଇଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ଯୁଦ୍ଧର ପ୍ରଭାବ ସୁନା ଦର ଉପରେ ପଡୁଛି । ଯୁଦ୍ଧ ଆରମ୍ଭ ହେଲା ପରେ ଦାମ୍ ଲଗାତାର ଖସିଥିଲା । ପରେ କିଛି ସମୟ ପାଇଁ ବୃଦ୍ଧି ପାଇଥିଲା । ଏବେ ପୁଣି ଏହା ଖସିବା ଆରମ୍ଭ କରିଛି । ଅର୍ଥାତ ରେଟରେ ଅନିଶ୍ଚିତତା ଜାରି ରହିଛି । ଅନ୍ତର୍ଜାତୀୟ କାରଣ ପାଇଁ ଘରୋଇ ରେଟ୍ ଉପରେ ପ୍ରଭାବ ପଡୁଛି ।

Also Read :- ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାଙ୍କ ପାଠପଢ଼ା କୋଠରିରେ କଣ ରଖିଲେ ଭଲ ?

ଗୁଡ୍ ରିଟର୍ଣ୍ଣସ୍ ଡଟ୍ ଇନର ରିପୋର୍ଟ ଅନୁସାରେ, ଚେନ୍ନାଇରେ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦାମ୍ ୧,୪୫,୦୮୦ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ୧୪୫,୦୭୦ ଟଙ୍କା, ଅହମ୍ମଦାବାଦରେ ୧,୪୪,୯୭୦, କୋଲକାତାରେ ୧,୪୪,୯୨୦ ଟଙ୍କା ରହିଛି । ସେହିପରି ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଭଳି ସହରରେ ୨୨ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ୧,୩୨,୮୪୦ ଟଙ୍କା ରହିଛି ।