ଭୁବନେଶ୍ୱର : ଆଜିକାଲରି ପିଲା ପଢାପଢିରେ ଖୁବ୍ କମ୍ ମନ ଦେଉଛନ୍ତି । ଖେଳ ସହ ମୋବାଇଲ ସେମାନଙ୍କୁ ପାଗଳ କରିଛି । ଯାହା ପିତାମାତାଙ୍କ ପାଇଁ ଚିନ୍ତାର କାରଣ । କିନ୍ତୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ରହିଛି, ଯାହାକୁ ବ୍ୟବହାର କଲେ ପିଲାମାନେ ଏକାଗ୍ରତାର ସହ ପାଠପଢିବେ । ବାସ୍ତୁଶାସ୍ତ୍ର ଅନୁସାରେ ପିଲାଙ୍କ ପଢ଼ାଘରେ ମୟୂରଚନ୍ଦ୍ରିକା ରଖିଲେ ଲାଭଦାୟ । ମୟୁର ପୁଚ୍ଛ ଘରର ନକାରାତ୍ମକ ଉର୍ଜା ନଷ୍ଟ କରିବା ସହିତ ପିଲାର ମନ ପାଠରେ ଲାଗିବା କାର୍ଯ୍ୟ କରିଥାଏ ।

1) ପିରାମୀଡ୍ :

କାଠ କିମ୍ବା ସ୍ଫଟିକ ତିଆରି ଛୋଟ ପିରାମୀଡ୍ ପାଠପଢ଼ା ଘରେ ବା ଟେବୁଲ୍ରେ ରଖାଯାଇପାରେ। ପିରାମିଡ୍ ଘରର ଉର୍ଜା ସନ୍ତୁଳନ କରିବାରେ ସହାୟକ ହୁଏ । ଯାହାଦ୍ୱାରା ପିଲାର ମନ ଏକାଗ୍ର ହେବାରେ ସହାୟକ ହୋଇଥାଏ ।

2) ସରସ୍ବତୀଙ୍କ ଫଟୋ :

ପିଲାର ପଢ଼ା ଟେବୁଲର ସମ୍ମୁଖରେ ବିଦ୍ୟାଦାତ୍ରୀ ମା’ସରସ୍ଵତୀଙ୍କର ଏକ ଛୋଟ ଫଟୋ ଲଗାଯାଇପାରେ। ଏହି ଫଟୋଚିତ୍ର ଉତ୍ତର ପୂର୍ବ ଦିଗରେ ରହିଲେ ଭଲ। ବାସ୍ତୁ ଅନୁଯାୟୀ ଏହା ଦ୍ଵାରା ପିଲାର ମନ ପଢ଼ାରେ ଲାଗିବା ସହଜ ହେବ।

3) ସବୁଜ ଗଛ ବା ଗ୍ରୀନ୍ ପ୍ଲାଣ୍ଟ୍ :

ସେଭଳି କୋଠରିରେ ସବୁଜ ଗଛ ରଖିଲେ ପରିବେଶ ଭଲ ରହିଥାଏ ଆଉ ପଢିବା ପାଇଁ ଏକାଗ୍ରତା ଆସିଥାଏ । ଯେପରି ମନି ପ୍ଳାଣ୍ଟ ବା ଲକି ପ୍ଲାଣ୍ଟ୍ ରଖିପାରିବେ । ଏପରି କଲେ କୋଠରି ବାତାବରଣରେ ସତେଜତା ଆସିବା ସହିତ ପାଠପଢ଼ାର ମାହୋଲ ସୃଷ୍ଟି ହେବ ।ପିଲା ପାଠ ପଢ଼ିବା ସମୟରେ ଯେପରି ପୂର୍ବ କିମ୍ବା ଉତ୍ତରଦିଗ ମୁହାଁ ହୋଇ ବସିବ ସେଥିପ୍ରତି ମଧ୍ୟ ଯତ୍ନବାନ୍ ହେବା ଜରୁରି । ଏହାବ୍ୟତୀତ ପଢ଼ା ଟେବୁଲ୍ ସଫାସୁତୁରା ରଖିବା ସହିତ ପଢ଼ା ଘର କାନ୍ଥରେ ହାଲ୍କା ସବୁଜ, ହାଲ୍କା ହଳଦିଆ ରଙ୍ଗ ଦିଆଯିବା ଭଲ। ଏସବୁ ପିଲାର ମନକୁ ଏକାଗ୍ର ରଖିବାରେ ସହାୟକ ହୋଇଥାଏ