ନୂଆଦିଲ୍ଲୀ, ୨୦ /୦୩: କମୁଛି ସୁନା । ରୁପା ଦାମ୍ ବି ଖସୁଛି । ଯୁଦ୍ଧ ପାଇଁ ଦାମ୍ ବଢିବା ବଦଳରେ ଏବେ ଦର କମିବାରେ ଲାଗିଛି । ତେବେ ଗୁରୁବାର ସୁନାର ଦାମ୍ ୪ ପ୍ରତିଶତ ଖସିଥିଲା । ଆଗକୁ ଦାମ୍ କେତେ ରହିବ ସେନେଇ ଅନେକ ବିଶେଷଜ୍ଞ ଭିନ୍ନ ଭିନ୍ନ ଅନୁମାନ କରୁଛନ୍ତି ।

ଏମସିଏକ୍ସରେ ମଧ୍ୟ କମିଲା

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଗହଣା ବଜାର ଚାପରେ ରହିଥିବା ଦେଖିବାକୁ ମିଳିଛି । ଆମେରିକା ଡଲାର ଶକ୍ତିଶାଳୀ ହେବା ସହ ବିଶ୍ୱ ବଜାରରେ ଅନିଶ୍ଚିତତା କାରଣରୁ ଦାମ୍ କମୁଛି । ଗୁରୁବାର ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନା ୦.୫୭ ପ୍ରତିଶତ ଖସି ୧,୫୨,୦୦୦ଟଙ୍କା ହୋଇଛି । ରୁପା ମଧ୍ୟ କେଜି ପିଛା ୧.୨୧ ପ୍ରତିଶତ ହ୍ରାସ ପାଇ ୨,୪୫,୧୯୭ ଟଙ୍କାକୁ ଖସି ଆସିଛି । ସେହିପରି ସ୍ପଟ୍ ଗୋଲ୍ଡ୍ .୩ ପ୍ରତିଶତ କମି ଆଉନ୍ସ ପିଛା୪୬୧୨.୨୧ଡଲାର ରହିଛି । ଯ।ହା ଆମେରିକାରେ ଗତ ଫେବ୍ରୁଆରୀ ତୁଳନାରେ ବହୁତ କମ୍ । ଏପ୍ରିଲ ମାସର ଭବିଷ୍ୟତ ଦର ଆଉନ୍ସ ପିଛା .୯ ପ୍ରତିଶତ କମି ୪୬୦୫.୭୦ ଡଲାର ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଦାମ୍

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ରୁପାର ଦାମ୍ ଅହେତୁକ ହ୍ରାସ ପାଇଛି । ଗୁରୁବାର ଦିନଟା ସୁଦ୍ଧା ଆମେରିକାରେ ସୁନା ୧.୨୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୮୩୬ ଟଙ୍କା ହୋଇଯାଇଛି । ଅନ୍ୟ ଦିଗରେ ରୁପା ୨.୨୫ ପ୍ରତିଶତ ହ୍ରାସ ପାଇଛି । ଯଦ୍ୱାରା ଦର ଆଉନ୍ସ ପିଛା ୭୫.୭୫ ଡଲାରରେ ପହଁଚିଛି । ମାର୍ଚ୍ଚ ମାସରୁ ଏବେସୁଦ୍ଧା ସୁନାର ଦାମ୍ ପ୍ରାୟ ୪ ପ୍ରତିଶତ କମିଲାଣି । ରୁପା ୧୬ ପ୍ରତିଶତ କମିଛି । ଫଳରେ ନିବେଶକମାନେ ମଧ୍ୟ ନିବେଶରୁ ମୁହଁ ଫେରାଉଛନ୍ତି ।

ଆଗକୁ କେତେ ରହିବ ଦାମ୍

ବିଶେଷଜ୍ଞଙ୍କ କହିବାନୁସାରେ, ସୁନାର ସଦାବେଳେ ଚାହିଦା ରହିଥାଏ । ଏବେ କିନ୍ତୁ ନିବେଶ ହଳଦିଆ ଧାତୁରୁ ମୁହଁ ଫେରାଉଛନ୍ତି । ଏବେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ନିଜର ରେପୋ ରେଟ୍ ପରିବର୍ତ୍ତନ କରିନାହାଁନ୍ତି । ଯୁଦ୍ଧ ପାଇଁ କାରବାର ପ୍ରଭାବିତ ହେଉଛି । ବଜାର ମାନ୍ଦା ରହିଛି ।

ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ, ୨୦୨୫ରେ ସୁନାରୁ ଖୁବ୍ ଲାଭ ମିଳିଛି । କିନ୍ତୁ ୨୦୨୬ର ପରିସ୍ଥିତି ଭିନ୍ନ । ଖାଲି ସୁନା ନୁହେଁ ରୁପା ଏବଂ ପ୍ଲାଟିନମର ଦାମ୍ ମଧ୍ୟ କମିଛି । ତେବେ ଆଗକୁ ମଧ୍ୟ ଏହି ତିନି ଦାମୀ ଧାତୁର ଦାମରେ ଅନିଶ୍ଚିତତା ଲାଗି ରହିବ ।