ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ଅନୁସାରେ ଏଇ ସପ୍ତାହରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୫୩ ଲକ୍ଷ ଟଙ୍କାରୁ ଖସି ୧. ୪୮ ଲକ୍ଷ ଟଙ୍କା ହୋଇଛି। ଫଳର ସୁନା ମୂଲ୍ୟ ୪ହଜାର ହ୍ରାସ ପାଇଛି।

ସେହିପରି ରୁପା ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ହୋଇଛି। ଚଳିତ ସପ୍ତାହରେ ରୁପା ମୂଲ୍ୟ ୧୧,୫୨୧ ଟଙ୍କା ହ୍ରାସ ପାଇ କେଜି ୨.୨୧ ଲକ୍ଷ ଟଙ୍କାକୁ ଖସି ଆସିଛି। ଏହା ପୂର୍ବରୁ ୨୫ ସେପ୍ଟେମ୍ବରରେ ସୁନା ଦର ୨. ୩୨ ଲକ୍ଷ ଟଙ୍କା ରହିଥିଲା। ତେବେ ଗାନ୍ଧୀ ଜୟନ୍ତୀରେ କାରବାର ବନ୍ଦ ଥିବାରୁ ଦର ସ୍ଥିର ରହିଛି।

ତେବେ ଦେଶର ବିଭିନ୍ନ ସହରରେ ସୁନା ଓ ରୁପା ଦର ଅଲଗା ଅଲଗା ରହିଛି। ଏହା ଉକ୍ତ ରାଜ୍ୟରେ ପରିବହନ ଓ ସୁରକ୍ଷା ଖର୍ଚ୍ଚ, କିଣିବାର ମାତ୍ରା ଓ ଲୋକାଲ ଜ୍ୱେଲରୀ ଆସୋସିଏସନର ଡିମାଣ୍ଡ ଓ ସପ୍ଲାଏ ଆଧାରରେ ହୋଇଥାଏ। ସେହିପରି ପୁରୁଣା ଷ୍ଟକ୍ ଆଧାରରେ ମଧ୍ୟ ଦରରେ ସାମାନ୍ୟ ପାର୍ଥକ୍ୟ ଦେଖା ଦେଇପାରେ।

ଚଳିତ ବର୍ଷ କେତେ ମହଙ୍ଗା ହେଲା ସୁନା କେତେ କମିଲା ରୁପା ?

ଚଳିତ ବର୍ଷ ସୁନା ଓ ରୁପା ଦରରେ ନିୟମିତ କମ୍ ବେଶି ଦେଖିବାକୁ ମିଳିଛି। କେତେବେଳେ ଦର ଅହେତୁକ ବଢ଼ି ଯାଇଛି ତ ପୁଣି କେତେବେଳେ ଦର ଖସିଯାଇଛି। ଏହି କମ ବେଶି ଭିତରେ ସୁନା ୨୦୨୬ରେ ଏପର୍ଯ୍ୟନ୍ତ ୧୪,୯୩୯ ଟଙ୍କା ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ଥିଲା ୧.୩୩ ଲକ୍ଷ ଟଙ୍କା। ଯାହା ଏବେ ବଢ଼ି ୧. ୪୮ ଲକ୍ଷ ଟଙ୍କା ହୋଇଛି।

Also Read- MCX ରେ ସୁନା ଦର ପୁଣି ଦେଢ଼ ଲକ୍ଷଟଙ୍କା ପାର,ସେପ୍ଟେମ୍ବରରେ ୬% ଅଧିକ ହ୍ରାସ ହୋଇଥିଲା ଦର

ସେହିପରି ରୁପା ଦର ପୂର୍ବ ବର୍ଷ ତୁଳନାରେ ୯,୫୯୧ ଟଙ୍କା ଶସ୍ତା ହୋଇଛି। କାରଣ ୩୧ ଡିସେମ୍ବର ୨୦୨୫ରେ ରୁପା ଦର କିଲୋଗ୍ରାମ ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ଆଜି ରୁପା କେଜି ୨.୨୧ ଲକ୍ଷ ଟଙ୍କା ହୋଇଛି। ହେଲେ ଜାନୁଆରୀ ୨୯ ତାରିଖରେ ଉଭୟ ସୁନା ଓ ରୁପା ଦର ରେକର୍ଡ ଉଚ୍ଚା ସ୍ତରରେ ପହଞ୍ଚିଥିଲା। ସୁନା ଭରି ୧. ୭୬ ହଜାର ଟଙ୍କା ରହିଥିବା ବେଳେ ରୁପା କେଜି ମୂଲ୍ୟ ରହିଥିଲା ୩.୮୬ ଲକ୍ଷ ଟଙ୍କା।