ନୂଆଦିଲ୍ଲୀ: ପୁଣିଥରେ ସୁନା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହୋଇଛି। କେବଳ ସୁନା ନୁହେଁ ୨୩ ଫେବୃଆରୀରେ ସୁନା ଏବଂ ରୁପା ମୂଲ୍ୟ ବଢ଼ି ଯାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୩,୩୬୨ ବୃଦ୍ଧି ପାଇ ୧,୫୮,୪୨୮ ହୋଇଛି। ପୂର୍ବରୁ ଏହା ୧,୫୫,୦୬୬ ଟଙ୍କା ଥିଲା।

ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୧୫,୨୩୬ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପା କେଜି ₹୨,୬୫,୫୫୦ରେ ପହଞ୍ଚିଛି। ଗତକାଲି ଏକ କିଲୋ ରୁପାର ଦାମ ₹୨,୫୦,୩୧୪ ପ୍ରତି ଥିଲା। ତେବେ ଆଗାମୀ ଦିନରେ ସୁନା ଏବଂ ରୁପାର ମୂଲ୍ୟରେ ଆହୁରି ବୃଦ୍ଧି ପାଇବାର ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ତେବେ ଚଲିତ ବର୍ଷ ଏପର୍ଯ୍ୟନ୍ତ ସୁଧା ସୁନା ୨୫,୦୦୦ ଟଙ୍କା ଏବଂ ରୁପା ୩୫,୦୦୦ ଟଙ୍କା ମହଙ୍ଗା ହେଲାଣି। ତେବେ ଇତି ମଧ୍ୟରେ, ଜାନୁଆରୀ ୨୯ ତାରିଖରେ ସୁନା ସର୍ବକାଳୀନ ସର୍ବାଧିକ ୧.୭୬ ଲକ୍ଷ ଟଙ୍କା ଏବଂ ରୁପା ୩.୮୬ ଲକ୍ଷ ଟଙ୍କା ରେକର୍ଡ ମୂଲ୍ୟ ବୃଦ୍ଧିରେ ପହଞ୍ଚିଥିଲା।

ସେହିପରି ୨୦୨୫ କଥା ଯଦି ଆମେ ଦେଖିବା ତେବେ ସୁନା ମୂଲ୍ୟ ୨୦୨୫ରେ ୫୭ ହଜାର(୭୫%) ଟଙ୍କା ବଢ଼ିଥିଲା। ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬ ହଜାର ଟଙ୍କା ଥିଲା, ଯାହା ୩୧ ଡିସେମ୍ବର ୨୦୨୫ରେ ₹୧.୩୩ ଲକ୍ଷ ହୋଇ ଯ।ଇଥିଲା।

ସେହିପରି ଏହି ଅବଧି ମଧ୍ୟରେ ରୁପା ₹୧.୪୪ ଲକ୍ଷ (୧୬୭%) ଟଙ୍କା ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୮୬,୦୦୦ ଟଙ୍କା ଥିଲା ଏବଂ ବର୍ଷ ଶେଷରେ ଏହା ବୃଦ୍ଧି ପାଇ କେଜି ମୂଲ୍ୟ ₹୨.୩୦ ଲକ୍ଷରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ୮୦ ହଜାର ଅତିକ୍ରମ କରିପାରେ ବୋଲି କୁହାଯାଉଛି।