ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଗିଡିପାବାଲିରେ ହୋଇଥିବା ଭୟାବହ ଭୁସ୍ଖଳନରେ ୧୩ ଜଣ ନିଖୋଜ ହୋଇଥିଲେ। ସେଥି ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଅଛି। ଅବଶିଷ୍ଟ ୬ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ଗତ ଦୁଇ ଦିନ ସର୍ଚ୍ଚ ଅପରେସନ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନୁମାନ କରାଯାଉଛି କି ଏହି ଛଜଣଙ୍କ ମୃତଦେହ ଉପରେ ୨୦ରୁ ୩୦ ଫୁଟ ପର୍ଯ୍ୟନ୍ତ ମାଟି ଓ ବଡ ବଡ ପଥର ରହିଅଛି। ଯାହାଦ୍ଵାରା ସେମାନଙ୍କ ମୃତ ଦେହ ଉଦ୍ଧାର ହେବା ବଡ କଷ୍ଟକର ସାଧ୍ୟ ହୋଇପଡିଛି।

ଆଜି ପ୍ରବଳ କୁହୁଡି ଯୋଗୁଁ ସର୍ଚ୍ଚ ଅପରେସନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।ଏହି ୬ ଜଣ ସେହି ସ୍ଥାନରେ ପୋତି ହୋଇଥିବା ସହ 1 ଦିନ ବିତି ଯାଇଥିବାରୁ ସେମାନଙ୍କ ମୃତଦେହ ଉଦ୍ଧାର କରିବା ଏକ କଷ୍ଟକର ସାଧ୍ୟ ବୋଲି ଗିଡିପାବାଲିର ଲୋକ ମାନେ ଅନୁଭବ କରିଛନ୍ତି। ସେମାନେ ଦୁଃଖକୁ ଚାପି ନିଜ କର୍ମମୟ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସେମାନେ ନିଜ ପସନ୍ଦର ଜିଲ୍ଲା ତଥା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରହିବା ସହ ନିଜ ଜୀବିକା ନିର୍ବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ସରକାର ଆବଶ୍ୟକୀୟ ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ନିଜ ନିଜ ଛୁଆ ମାନଙ୍କ ଭବିଷ୍ୟତ ସହ ନିଜେ କିପରି ସମାଜରେ ଭଲ ରୂପେ ଚଳି ପାରିବେ ସେ ଉପରେ ଉପରେ ପ୍ରଶାସନକୁ ନିବେଦନ କରିବେ ବୋଲି କହିଛନ୍ତି ।

also read- ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର ! ଗୁଳିମାଡ଼ରେ ଯୁବକ ମୃତ, ୧୩ ଗିରଫ

ଅପର ପକ୍ଷରେ ପ୍ରଶାସନ ଗଞ୍ଜାମ ଜିଲ୍ଲାର ବାଇବାଲି ଅଞ୍ଚଳରେ ଥିବା ବିଦ୍ୟାଳୟ ଠାରେ ବର୍ତ୍ତମାନ ରଖିବା ଚିନ୍ତା କରୁଛି। ଅପର ପକ୍ଷରେ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ କନ୍ଧମାଳ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଚିନ୍ତା କରୁଛି। ଦେଖାଯାଉ ନିଜ ଆତ୍ମୀୟ ସୃଜନ ଙ୍କୁ ହରାଇ ଭିଟାମାଟି ଛାଡ଼ି ସେମାନେ କିପରି ନିଜର ଭବିଷ୍ୟତ ଗଢିବେ ତାହା ସମୟ କହିବ।