ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗାଁର ଜୁରିଆ ବିଷୋୟୀ ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ୍।ମୁଖ୍ୟ ଅଭିଯୁକ୍ତ ବିଜୁ ବେହରାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି କୋର୍ଟ।

୨୦୨୩ ମାର୍ଚ୍ଚ ୭ ତାରିଖରେ ଠେଙ୍ଗାରେ ପିଟି ପିଟି ଜୁରିଆ ବିଷୋୟୀଙ୍କୁ ହତ୍ୟା କରିଥିଲା ବିଜୁ ବେହେରା। ତେବେ ମାମଲାରେ ଶୁଣାଣିରେ ୧୫ ଜଣ ସାକ୍ଷୀ ଓ ୨୪ଟି ଦସ୍ତାବିଜ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିଲା। ଦୁଇଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରାଜଜ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଜୀବନ ଦଣ୍ଡାଦେଶ ରାୟ ପ୍ରକାଶ କରିଥିବା କହିଛନ୍ତି ସରକାରୀ ପି. ପି ବିଶ୍ୱଜିତ ବରାଳ। ସେପଟେ ଦୁଇ ବର୍ଷ ମଧ୍ୟରେ ନ୍ୟାୟ ମିଳିଥିବାରୁ ଖୁସି ଜାହିର କରିଛନ୍ତି ପରିବାରବର୍ଗ।