ଲମତାପୁଟ, ୧୦।୧୧ : ମାଛକୁଣ୍ଡ ପୋଲିସକୁ ପୁଣି ସଫଳତା । ୧୩୨ କେଜି ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।

ରିପୋର୍ଟ ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ ଡକ୍ରିପଡା ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ । ଏକ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଏହାକୁ ଅଟକାଇ ଥିଲା l ଭ୍ୟାନର ପଛପଟ ଡାଲାରେ ୭ଟି ବସ୍ତାରେ ୩୨ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।

Also Read :- ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମଦିନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଦିବ୍ୟାଙ୍ଗଙ୍କୁ ବାଣ୍ଟିବେ ସାଇକେଲ

ଗିରଫ ଗାଡି ଚାଳକ ଜଣଙ୍କ ପଟାଙ୍ଗୀ ଅଞ୍ଚଳର ଗୋପୀନାଥ ଖିନିବୁଡି l ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ l ଏହାକୁ ମାଲକାନଗିରି ସୀମାନ୍ତ ଅଞ୍ଚଳରୁ ପଟାଙ୍ଗୀକୁ ଚୋରା ଚାଲାଣ କରାଯାଉଥିଲା l ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିଛି l