ନୀଳଗିରି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳଗିରି ଗସ୍ତରେ ଆସି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୭୧ତମ ଜନ୍ମଦିନରେ ସାମିଲ ହେବେ। ସେଠାରେ ଦିବ୍ୟାଙ୍ଗ ମାନଙ୍କୁ ସାଇକେଲ ବାଣ୍ଟିବା ସହ ୨୫ ମହିଳା ଗୋଷ୍ଠୀଙ୍କୁ ସିଲାଇ ମେସିନ ବାଣ୍ଟିବେ। ନୀଳଗିରି ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ସାଂସଦଙ୍କ ୭୧ତମ ଜନ୍ମ ଦିନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେକ କାଟି ଅଭିନନ୍ଦନ ଜଣାଇବା ସହ ଏକ ବିଶାଳ ରକ୍ତଦାନ ଶିବିରକୁ ଉଦଘାଟନ କରିବେ ବୋଲି ସ୍ୱାଭିମାନ ମଞ୍ଚ ର ସଭାପତି ଚନ୍ଦ୍ରବିନ୍ଦୁ ଦାସ ପ୍ରକାଶ କରିଛନ୍ତି।

ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ବାଲେଶ୍ଵର ଏସପି ନୀଳଗିରି ଆସି ସୁରକ୍ଷା ଦୃଷ୍ଟିରୁ ନୀଳଗିରି ଡାକ ବଙ୍ଗଳା ଯାଞ୍ଚ କରିଛନ୍ତି। ବାଲେଶ୍ଵରର ପ୍ରୋଗ୍ରାମ ସାରି ଅପରାହ୍ନ ପ୍ରାୟ ୧.୫୦ ମିନିଟରେ ନୀଳଗିରିକୁ ରାସ୍ତା ଯୋଗେ ଆସିବେ। ପରେ ସାଂସଦଙ୍କ ଜନ୍ମଦିନ ଓ ରକ୍ତଦାନ ଶିବିର ଯୋଗଦେବା ପରେ ୨.୨୦ ମିନିଟ ସମୟରେ ନୀଳଗିରି କଲେଜ ପଡ଼ିଆ ପରିଷରରେ ହେଲିପ୍ୟାଡରୁ ଆକାଶ ମାର୍ଗରେ ଫେରିବେ।

also read- ଅପରାଧ ରୋକିବାକୁ ରାଜଧାନୀରେ ପୋଲିସର ଫୁଟ୍ ମାର୍ଚ୍ଚ, ଅପରାଧୀଙ୍କ ଉପରେ କଡ଼ା ନଜର

ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ସାଂସଦ, ବିଧାୟକ ମାନେ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ନୀଳଗିରି ଗସ୍ତ ନେଇ ବିଜେପି କର୍ମୀ ଓ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି।