କଟକ ୧୫।୧: ବନ୍ଧୁ ନେଇଗଲା ବନ୍ଧୁର ଜୀବନ । ୪ ହଜାର ଟଙ୍କା ବନ୍ଧୁ ନେଇଯାଇଥିବା ସନ୍ଦେହ କରି ପଥରରେ ଛେଚି କଲା ହତ୍ୟା । କଟକ ଖାନନଗରରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି । ଏହି ଘଟଣାରେ ଯୋବ୍ରା ଅଞ୍ଚଳର ଅଭିଯୁକ୍ତ ଅଶୋକ ସାମଲକୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ମୃତ ଯୁବକ ପପୁ ଓ ଅଶୋକ ଉଭୟ ସାଙ୍ଗ ଥିଲେ । ଗତ ୧୦ ତାରିଖ ରାତିରେ ଉଭୟ ମଦ ପିଇଥିଲେ । ଏହାପରେ ପପୁ ଖାନନଗର ନିକଟରେ ରହୁଥିବା ଘରକୁ ପଳେଇ ଆସିଥିଲା । ତେବେ ଅଶୋକ ରହୁଥିବା ଖାନନଗର ମଣି ମନ୍ଦିର ନିକଟରୁ ପୁଣି ପପୁ ପାଖକୁ ଆସିଥିଲା । ସନ୍ଦେହ କରିଥିଲା ତା ପାଖରେ ଥିବା ୪ ହଜାର ଟଙ୍କା ଅଶୋକ ନେଇଯାଇଛି । ଏହାପରେ ତାକୁ ଟଙ୍କା ମାଗିଥିଲା । ହେଲେ ପପୁ କହିଥିଲା ତୁ ମୋତେ ଟଙ୍କା ଦେଇନାହୁଁ ମୋ ପାଖରେ କିଛି ଟଙ୍କା ନାହିଁ । ଏହାପରେ ଉତ୍ୟକ୍ତ ହୋଇ ଅଶୋକ ପପୁକୁ ପଥରରେ ଛେଚି ହତ୍ୟା କରିଥିବା ଡିସିପି କହିଛନ୍ତି । ତେବେ ଘଟଣା ସମୟର ସିସିଟିଭି ଫୁଟେଜ ପୋଲିସ ଜବତ କରିଥିଲା ଯାହାକି ତଦନ୍ତରେ ସହାୟକ ହୋଇଥିଲା ।