ଭୁବନେଶ୍ୱର ୨୫।୦୮ : ରାଜ୍ୟରେ ଚିନି କିଲୋ ପିଛା ୭୦ରେ ପହଞ୍ଚିଲାଣି । ଦିନକୁ ଦିନ ଚିନି ଦର ବଢିବାରେ ଲାଗୁଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ଥିବା ଚିନି କଳ କେବେ କାର୍ଯ୍ୟକ୍ଷମ ହେବ । ଏହାରି ଭିତରେ ଚାରି ଚିନି କଳ କାର୍ଯ୍ୟକ୍ଷମ କରିବାକୁ ସରକାର ଯୋଜନା କରୁଥିବା ଇଙ୍ଗିତ କରିଛନ୍ତି ସମବାୟ ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଚାରି ଚିନି କଳ ଚିନି ଚାହିଦା ମେଣ୍ଟାଇ ପାରିବାରେ ସକ୍ଷମ ହୋଇପାରେ | ରାଜ୍ୟରେ ଚାରୋଟି ଚିନି କଳରୁ ବର୍ତ୍ତମାନ ଆସିକା ଚିନି କଳ ଚାଲୁଛି । ବଡମ୍ବା ଚିନିକଳ ଉଦଘାଟନ ଅପେକ୍ଷାରେ ଅଛି । ବଲାଙ୍ଗୀର ଚିନିକଳ ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ନୟାଗଡ଼ ଚିନି କଳ ବନ୍ଦ ଅଛି । ତାହାର ଆଇନ ଗତ ପ୍ରକ୍ରିୟାକୁ ଖୁବଶୀଘ୍ର ସମାଧାନ କରାଯାଇ ତାହାକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା କରୁଛି। ଆଗକୁ ସବୁ ଚିନିକଳ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ। ଚିନି ଉତ୍ପାଦନ ହେଲେ ଓଡିଶାରେ ଚିନି ଆବଶ୍ୟକତାକୁ ମେଣ୍ଟାଇ ପାରିବ। ଏହାସହ ଆଗକୁ ଆଖୁଚାଷୀଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯିବ ସେମାନଙ୍କୁ ଆଖୁ ଚାଷ ପାଇଁ ଟ୍ରେନିଂ ମଧ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Also Read:-kissing car: ପ୍ରେମିକାର ଗାଲ ଭାବି ଚୁମିଲେ ପ୍ରେମିକ, ଫାଇନ୍‌ ଲଗାଇଲା ପୋଲିସ୍‌