ନୂଆଦିଲ୍ଲୀ : ଯେତେବେଳେ "ମାଓବାଦୀ"ଙ୍କ କଥା ଆସେ ...ନଜରକୁ ଆସିଯାଏ ଭୟଙ୍କର ଚେହେରା। କେହି ଜଣେ ନୀଳ ଛାପି ଛାପିକା ପୋଷାକ ପିନ୍ଧା ମଣିଷ। ମୁହଁରେ କଳାଦାଗ, ହାତରେ ବନ୍ଧୁକ। ଏମିତି ନା... କିନ୍ତୁ ଏଠି ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ... ଦିନେ ଜଙ୍ଗଲରେ ବିତୁଥିବା ଜୀବନ, ଆଜି ଛିଡ଼ା ହୋଇଛନ୍ତି ବଡ଼ ମଞ୍ଚରେ । ଆକ୍ରମଣ ପାଇଁ ଉଠୁଥିବା ପାଦ ଚାଲୁଛି ରାମ୍ପ୍ ୱାକରେ। ଆଉ ଆଉ ଆଜି ପିନ୍ଧିଛନ୍ତି ହସ୍ତତନ୍ତର ବିଭିନ୍ନ ଭେରାଇଟି ଆଉଟଫିଟ୍। ଷ୍ଟାଇଲିସ୍ ଲୁକ୍, ବେଶ୍ ଆତ୍ମବିଶ୍ୱାସ। ଏ ଦୃଶ୍ୟ ଛତିଶଗଡ଼ର ରାୟପୁର ମଞ୍ଚର। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପୂର୍ବତନ ମହିଳା ମାଓବାଦୀମାନେ ରାମ୍ପରେ ଚାଲି ଜିଣିଛନ୍ତି ଦର୍ଶକଙ୍କ ମନ ।

ଏମାନେ ଦିନେ ଥିଲେ ବସ୍ତରର ଆତଙ୍କୀ। ବସ୍ତର ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଆଧିପତ୍ୟ ବିସ୍ତାର କରିଥିବା ମାଓବାଦୀ ସଂଗଠନର ମହିଳାବାହିନୀ। କିନ୍ତୁ ଏବେ ହିଂସାର ପଥ ଛାଡ଼ି କରିଛନ୍ତି ଫେରିଛନ୍ତି ସମାଜର ମୁଖ୍ୟସ୍ରୋତକୁ। ଗଢ଼ିଛନ୍ତି ନୂଆ ଜୀବନ। ହସ୍ତତନ୍ତ ପୋଷାକ ପିନ୍ଧି ସେମାନଙ୍କ ରାମ୍ପ୍ ୱାକ୍ ଏହି ପରିବର୍ତ୍ତନର ଏକ ନିଆରା ଚିତ୍ର ଦେଖାଇଛି। ଏହି ରାମ୍ପ ୱାକ୍ କେବଳ ଏକ ଫ୍ୟାଶନ୍ ଇଭେଣ୍ଟ ନଥିଲା। ଏହା ପୁନର୍ବାସ, ସଶକ୍ତୀକରଣ ଓ ନୂଆ ଜୀବନ ଆରମ୍ଭର ଏକ ପ୍ରତୀକ ଭାବେ ଆସିଛି ସାମ୍ନାକୁ । ପୂର୍ବତନ ମାଓବାଦୀମାନେ ଏବେ ବିଭିନ୍ନ ସଂଗଠନ ସହ ଯୋଡ଼ି ହୋଇ କାମ କରିବା ସହ ସାମାଜିକ କାର୍ଯ୍ୟ ଓ ନୂଆ ରୋଜଗାର ସୁଯୋଗ ବି ଆପଣାଉଛନ୍ତି। ରାମ୍ପରେ ସେମାନଙ୍କ ପ୍ରଦର୍ଶନକୁ ଜୋରଦାର ତାଳିରେ ସ୍ୱାଗତ କରିଥିଲେ ଦର୍ଶକ। ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର ସେମାନଙ୍କ ଜୀବନର ଏହି ପରିବର୍ତ୍ତନକୁ ପ୍ରଶଂସା କରିବା ସହ ଏଭଳି କାହାଣୀ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

Also Reda- ଜେପି ନଡ୍ଡା ଅସୁସ୍ଥ : ଦିଲ୍ଲୀ ଏମ୍ସରେ ଭର୍ତ୍ତି, ଚାଲିଛି ଚିକିତ୍ସା

ଦୀର୍ଘଦିନ ଧରି ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ହିଂସା ଓ ଭୟ ମଧ୍ୟରେ ଜୀବନ କାଟିଥିଲେ ଏହି ମହିଳାମାନେ। ଏବେ ସେମାନଙ୍କ ନୂଆ ଯାତ୍ରା ନୂଆ ଆଶା, ସମ୍ଭାବନାର ବାର୍ତ୍ତା ଦେଉଛି। ଜଙ୍ଗଲରୁ ମୁଖ୍ୟସ୍ରୋତ, ଅସ୍ତ୍ରରୁ ହସ୍ତତନ୍ତ ଏବଂ ସଂଘର୍ଷରୁ ଆତ୍ମନିର୍ଭରତା। ଏହି ପରିବର୍ତ୍ତନ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଅଧ୍ୟାୟ।

Watch Videos-