ମାଥିଲି ୨୩।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ତାପମାତ୍ର ଏତେ ଯେ ସକାଳୁ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି । ଏଭଳି ସ୍ଥିତିରେ ଅଂଶୁଘାତ ହେଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଅଂଶୁଘାତରେ ବନ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ବନ ବିଭାଗର ପାରା କର୍ମଚାରୀ ଗୌରାଙ୍ଗ ପୂଜାରୀ ।

Also Read:- ଭଉଣୀ-ଭିଣୋଇଙ୍କ କଳି, ଛୁରା ମାଡ଼ରେ ଶଳା ଗୁରୁତର

ସୂଚନା ଅନୁଯାୟୀ, ଗୌରାଙ୍ଗ ପୂଜାରୀ ସବୁଦିନ ଭଳି ପାଟ୍ରୋଲିଂ କରିବାକୁ ଜଙ୍ଗଲକୁ ଯାଉଥିଲେ । ପାଟ୍ରୋଲିଂ ପାଇଁ ଯିବାବେଳେ ମଝି ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ ଗୌରାଙ୍ଗ । ଅସୁସ୍ଥ ଅବସ୍ଥାରେ ପ୍ରଥମେ ଗୌରାଙ୍ଗଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୌରାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।