ଆସିକା ୨୩।୫: ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ଜିଲ୍ଲା ଆସିକା ନୂଆ ବସଷ୍ଟାଣ୍ଡ ଠାର ଭିଣୋଇର ଛୁରା ମାଡ଼ରେ ଶାଳକ ଗୁରୁତର ହୋଇଛନ୍ତି । ଗୁରୁତର ଶାଳକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତ ବାହଁରପୁର ପଞ୍ଚାୟତ ବାଖରକଟା ଗ୍ରାମର କଂସ ଡାକୁଆ ।

ସୂଚନାଯୋଗ୍ୟ ଯେ, ଭିଣୋଇ କୁନା ଡାକୁଆ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ । ଶନିବାର ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ କୌଣସି କାରଣକୁ ନେଇ ମାଡ଼ ମାରିଥିଲେ । ରାଗରେ ସେ ଘରୁ ବାହାରି ଆସିକାକୁ ଚାଲିଆସିଥିଲେ । ପରେ ଶାଳକ ଜଣଙ୍କ ଭିଣୋଇଙ୍କୁ ବୁଝାସୁଝା କରିବା ସହ ଘଟଣାରେ ଆଲୋଚନା କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ । ଭଉଣୀକୁ ମାଡ଼ ମାରିବା କଥା ଭିଣୋଇଙ୍କୁ ପଚାରିବାରୁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଭିଣୋଇ ଜଣଙ୍କ ରାଗରେ ଶାଳକଙ୍କ ଛୁରାମାଡ଼ କରିଥିଲେ ।

Also Read:- ୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର, ମୁଣ୍ଡରୁ ଖପୁରୀ କାଢି ଦେଲେ ...

ଶାଳକଙ୍କ ହାତ ଓ ଜଙ୍ଘରେ ଛୁରା ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ଅଭିଯୁକ୍ତ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖି ।