ଚୌଦ୍ବାର ୩।୭: ଝାରପଡା ଜେଲ୍ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି  ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।

Also Read:- ପଞ୍ଚାୟତ ନିର୍ବାଚନ ଚାହୁଁନି କି ଶାସକ ଦଳ ? ପାଣ୍ଠି ପାଇଁ ମାସକ ମଧ୍ୟରେ ଦୁଇ ଥର ଚିଠିକୁ ନେଇ ଉଠିଲା ପ୍ରଶ୍ନ

ସେମାନଙ୍କୁ ଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ରୀତିମତ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲ୍‌ରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ସେମାନେ ରୀତିମତ ସ୍ବାସ୍ଥ୍ୟାବସ୍ଥା ଜେଲ୍ ଭିତରେ ଯାଞ୍ଚ କରୁଛନ୍ତି । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଥିବା ଏଆରଟି ସେଣ୍ଟର ମାସକୁ ଥରେ କିମ୍ବା ଦୁଇ ଥର ପଠାଯାଇ ସ୍ବାସ୍ଥ୍ୟାବସ୍ଥା ଚେକ୍ କରାଯାଇଥାଏ । ଏଥିସହିତ ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍‌କୁ ଆସିଥାନ୍ତି ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇ ବିଭିନ୍ନ ରୋଗ ଚିହ୍ନଟ ପରେ ସେମାନଙ୍କୁ ବିଭିନ୍ନ ୱାର୍ଡକୁ ପଠାଯାଇଥାଏ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ।