ପୁରୀ ୧୩।୭: ରଥଯାତ୍ରା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ପୁରୀ ଟାଉନ ହଲ୍ ଠାରେ ଅଗ୍ନିଶମ ବିଭାଗ ଡ଼ିଜି ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ୭ ସୂତ୍ରୀ ମନ୍ତ୍ର ପ୍ରଦାନ କରାଯାଇଛି। ଗରମ ଗୁଳୁଗୁଳି ସମୟରେ ଜଳ ସିଞ୍ଚନ ବ୍ୟବସ୍ଥା। ଅଧିକ ବର୍ଷା ହେଲେ ବର୍ଷାଜଳ ନିଷ୍କାସନକୁ ଗୁରୁତ୍ବ ଦିଆଯାଇଛି। ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପ ଲଗାଯାଇ ବର୍ଷାଜଳ ନିଷ୍କାସନ କରାଯିବ।

Also Read:- ଶ୍ରୀମନ୍ଦିରରେ ଘଣା ଲାଗି, ଖଳି ଲାଗି ସହ ଖଡ଼ି ପ୍ରସାଦ ନୀତି ; ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ସେହିପରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ୫ଶହ ଲାଇଫ ଗାର୍ଡ ସମୁଦ୍ର କୂଳରେ ନିଯୁକ୍ତ ହେବେ। ଅନ୍ୟାନ୍ୟ ଦୁର୍ଘଟଣା ପାଇଁ ଯାନ, ଯନ୍ତ୍ରପାତି, ଲୋକ, ଡଗ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମର୍ପଣ ମନୋଭାବ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି। ଜନସାଧାରଣଙ୍କ ସହଯୋଗରେ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ ହେବ। ଯେକୌଣସି ପରିସ୍ଥିତି ଉପୁଜିଲେ ତାକୁ ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଅଛି।