ମୁମ୍ଵାଇ ୨୩।୦୬; ଜପାନର ଶିକୁଓକାରେ ଫ୍ରାଇଡ୍ ଚିକେନ୍ ରେସ୍ତୋରାଁ ୱାକାଟୋରୀ ନିଜ ସଫଳତାର ଯେଉଁ ରହସ୍ୟ ସାମ୍ନାକୁ ଆସିଛି। ତାକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଛି । ଚିକେନ୍ ଛଣାଯାଉଥିବା ତେଲ ଏହାର ସଫଳତାର ଚାବିକାଠି ବୋଲି ରେସ୍ତୋରାଁ ଦାବି କରିଛି । କାରଣ ବିଗତ ୬୬ ବର୍ଷ ହେଲା ଏହି ତେଲକୁ ବଦଳାଯାଇନି । ରେଷ୍ଟୁରାଣ୍ଟକୁ ଜାପାନ ଫ୍ରାଏଡ ଚିକେନ ଗ୍ରାଣ୍ଡ ପ୍ରିକ୍ସରେ ସ୍ଵର୍ଣ୍ଣ ପଦକ ମିଳିଛି। ୱାକାଟୋରୀର ମାଲିକ କହିଛନ୍ତି ରେଷ୍ଟୁରାଣ୍ଟ ସଫଳତାର ରହସ୍ୟ ଏକ ଗୁପ୍ତ ଉପାଦାନରେ ଲୁଚିଛି। ଯାହା ୬୬ ବର୍ଷ ପୂର୍ବେ ରେଷ୍ଟୁରାଣ୍ଟ ଖୋଲିବା ପରଠୁ ବ୍ୟବହୃତ ହେଉଛି ।

୧୯୬୦ରେ ଦୋକାନ ସ୍ଥାପନା ପରଠୁ ଚିକେନ ଛଣା ଯାଉଥିବା ତେଲକୁ କଦାପି ସମ୍ଫୂର୍ଣ୍ଣ ଫିଙ୍ଗାଯାଏ ନାହିଁ ।ଏନେଇ ଏହାର ୩ୟ ପିଢି ମାଲିକ ଖୋଲଖୋଲି ଭାବେ ସ୍ଵିକାର କରିଛନ୍ତି। ଦୀର୍ଘ ଦଶନ୍ଧି ଧି ପୁନଃ ବ୍ୟବହାର କରୁଥିବା ତେଲ ହିଁ ରେଷ୍ଟୁରାଣ୍ଟର ସ୍ଵାଦିଷ୍ଟ ପ୍ରାଏଡ ଚିକେନର ରାଜ। ତାଙ୍କ କହିବା ଅନୁସାରେ ପୁରୁଣା ତେଲରୁ ସୁଗନ୍ଧ ଓ ଦମଦାର୍ ସ୍ୱାଦ ଆସେ, ଯାହା ନୂଆ ତେଲରୁ କଦାପି ମିଳିବନି । ଏହା ହିଁ ରେସ୍ତୋରାଁକୁ ଶୀର୍ଷରେ ରଖିଛି ।ଏହି ଖୁଲାସା ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ିଯାଇଛି । ୬୬ ବର୍ଷ ପୁରୁଣା ତେଲରେ ଚିକେନ୍ ଛାଣି ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି ବୋଲି ଲୋକେ କହୁଛନ୍ତି ।

କିନ୍ତୁ ରେସ୍ତୋରାଁ ସ୍ପଷ୍ଟ କରିଛି, ତେଲକୁ ଦୈନିକ ଛାଣି ଓ ସେଥିରେ ନୂଆ ତେଲ ମିଶାଇ ଏହାର ଗୁଣବତ୍ତାକୁ ବଜାୟ ରଖାଯାଇଛି । କିନ୍ତୁ ଏ ନେଇ ଖାଦ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି, ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ଟ୍ରାନ୍ସ ଫ୍ୟାଟି ଏସିଡ୍ ଏବଂ ଏକ୍ରିଲାମାଇଡ କର୍କଟ ଭଳି ମାରାତ୍ମକ ବ୍ୟାଧି ଓ ଏଣ୍ଡୋକ୍ରାଇନ୍ ଭଳି କ୍ଷତିକାରକ ଓ ଲକ୍ଷଣକାରକ ତତ୍ତ୍ୱ ସୃଷ୍ଟି ହୁଏ ।