ନୂଆଦିଲ୍ଲୀ,|୦୭ସରିଯାଇଛିକ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଶେଷ ମ୍ୟାଚ୍ । ପର୍ତ୍ତୁଗାଲ ରାଉଣ୍ଡ୍ ଅଫ୍୧୬ରେ ସ୍ପେନଠୁ-ରେ ପରାସ୍ତ ହୋଇଛି । ଏହି ମୁକାବିଲା ଆଲିଙ୍ଗଟନରେ ଖେଳାଯାଇଥିଲା । ମ୍ୟାଚରେ୪୧ବର୍ଷୀୟ ରୋନାଲ୍ଡୋଙ୍କ ଷଷ୍ଠ ଏବଂ ଶେଷ ଫିଫା ବିଶ୍ୱକପ୍ ଯାତ୍ରା ସମାପ୍ତ ହୋଇଛି । ପରାଜୟର ଦୁଃଖ ରୋନାଲ୍ଡୋଙ୍କ ଚେହେରାରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ତଥାପି ସେ ହାତ ଦେଖାଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁକାବିଲାରେ ରୋନାଲ୍ଡୋଙ୍କୁ ଗୋଲ୍ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ସ୍ପେନ୍ ଗୋଲକିପର୍ ଉନାଇ ସିମୋନ୍ ଡେଇଁକରି ବଲକୁ ଅଟକାଇ ଦେଇଥିଲେ । ରୋନାଲ୍ଡୋ ମୋଟ୍ତିନୋଟିସଟ୍ ନେଇଥିଲେ । ଯାହା ମଧ୍ୟରୁ ଦୁଇଟି ଗୋଲ୍ ପୋଷ୍ଟ୍ ନିକଟରେ ରହିଥିଲା ।

ପରାଜୟ ପରେ ସେ କହିଛନ୍ତି ଯେ, ଏପରି ଭାବେ ବିଶ୍ୱକପରୁ ବିଦାୟ ନେଉଥିବାରୁ ସେ ଦୁଃଖିତ ଅଛନ୍ତି । ଖେଳରେ ସେ ସବୁ କିଛି ଦେଇଛନ୍ତି । କିନ୍ତୁ ଏବେ ବିଦାୟ ନେବାର ସମୟ ଆସିଛି । ପର୍ତ୍ତୁଗାଲକୁ ସେ ତିନି ଥର ୟୁରୋ କପ୍ ଚାମ୍ପିଅନ୍ କରିଛନ୍ତି । ଯାହା ବିଶ୍ୱକପଠୁ କମ୍ ନୁହେଁ ବୋଲି ରୋନାଲ୍ଡୋ ପ୍ରକାଶ କରିଛନ୍ତି ।

ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ

ସ୍ପେନ୍ ବିପକ୍ଷ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ରୋନାଲ୍ଡୋ୨୫ମିନିଟ୍ ଧରି ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଏହା ତାଙ୍କ ଶେଷ ମ୍ୟାଚ୍ ନହେଉ ବୋଲି ସେ ପ୍ରକାଶ କରିଥିଲେ । ସେ ନିଜର ଶେଷ ବିଶ୍ୱକପକୁ ଭଲ ଭାବେ ବଞ୍ଚିବାକୁ ଚାହୁଁଥିବା ମଧ୍ୟ କହିଥିଲେ ।

ସୂଟନାଯୋଗ୍ୟ, ଫିପାଟୁର୍ଣ୍ଣାମେଣ୍ଟରେସର୍ବାଧିକ ଗୋଲ୍ ରୋନାଲ୍ଡୋଙ୍କ ନାଁରେ ରହିଛି । ସେ୧୪୬ଟି ଗୋଲ୍ ସ୍କୋର କରିଛନ୍ତି । ବିଶ୍ୱକପରେ ତାଙ୍କର ଗୋଲ୍ ସଂଖ୍ୟା୧୧। ଏହି ମାମଲାରେ ସେ ନବମ ସ୍ଥାନରେ ରହିଛନ୍ତି ।୨୦୦୬ରେ ନିଜର ପଦାର୍ପଣ ବିଶ୍ୱକପରେ ରୋନାଲ୍ଡୋ ସେମିଫାଇନାଲ୍ ଯାଏଁ ପହଁଚିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିଲେ ।