ଭଦ୍ରକ ୨୩।୦୯ : ଝୁଲିପଡିଲେ ଯୁବତୀ । ଘରୋଇ ହସ୍ପିଟାଲ ପରିସରରେ ଝୁଲିପଡିଲେ ମହିଳା କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀଙ୍କ ନାଁର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ  ।

ଭଦ୍ରକ ଜିଲ୍ଲା ସାଇବର୍ ଥାନା ନିକଟ ଏକ ଘରୋଇ ହେଲ୍ଥ କେୟାର ନାଁରେ ସଙ୍ଗୀନ ଅଭିଯୋଗ । ଚାନ୍ଦବାଲି ଥାନା କରାଣ୍ଡିମାଳ ଗାଁର ଏହି ମହିଳା ଜଣକ ଏଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତି ସମୟରେ ମାଆଙ୍କ ସହ କଥା ହୋଇଥିଲେ ।  କିନ୍ତୁ ଆଜି ତାଙ୍କର ଆତ୍ମହତ୍ୟା ଖବର ପାଇଥିଲେ ପରିବାର ଲୋକେ । ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ସେଠାରେ ହିଁ ଆଉ ଜଣେ କର୍ମଚାରୀଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ ।

Also Read:-IMD କହିଲା ଗଭୀର ଅବପାତ, JTWC କହୁଛି ବାତ୍ୟା; ଓଡ଼ିଶା ପାଇଁ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ​​​​​​​

ସେପଟେ ଏହି ଘଟଣାକୁ ନେଇ ପୁରୁଣା ବଜାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।