ମେଷ- କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନଲାଭର ନୂଆ ସୁଯୋଗ ଆସିବ। ବନ୍ଧୁଙ୍କ ସହଯୋଗ ପାଇବେ। ପରିବାରରେ ଶୁଭ ଆଲୋଚନା ହେବ। ଦୂରଯାତ୍ରାରେ ଲାଭ ମିଳିପାରେ। ସମ୍ମାନ ବୃଦ୍ଧି ହେବ। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ପ୍ରିୟଜନଙ୍କ ସହ ଆନନ୍ଦମୟ ସମୟ କଟିବ।

ବୃଷ- ବ୍ୟୟ ବଢ଼ିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ପୁରୁଣା ପାଉଣା ମିଳିପାରେ। ମାନସିକ ଚିନ୍ତା କମିବ। ଶୁଭ ସମ୍ବାଦ ମିଳିବ। ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ। ଅଟକିଥିବା ଟଙ୍କା ଫେରିପାରେ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ।

ମିଥୁନ- ଅନାବଶ୍ୟକ ଧାଁ-ଦୌଡ଼ କରିପାରନ୍ତି। କର୍ମକ୍ଷେତ୍ରରେ ବାଧା ଆସିପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ବ୍ୟୟ ନିୟନ୍ତ୍ରଣ କରିବା ଆବଶ୍ୟକ। ପରିବାରରେ ସାମାନ୍ୟ ମତାନ୍ତର ହୋଇପାରେ। ଯାତ୍ରାରେ ସତର୍କ ରୁହନ୍ତୁ। ଧୈର୍ଯ୍ୟ ରଖିଲେ କ୍ଷତି ଟଳିବ। ସନ୍ଧ୍ୟା ପରେ ମନ ହାଲୁକା ରହିବ।

କର୍କଟ- କର୍ମଚାପ ଅଧିକ ରହିବ। ଉଚ୍ଚ ପଦସ୍ଥଙ୍କ ପ୍ରଶଂସା ପାଇବେ। ଘରେ ସାମାନ୍ୟ ମତାନ୍ତର ହୋଇପାରେ। ଯାନବାହନ ବ୍ୟବହାରରେ ସତର୍କ ରୁହନ୍ତୁ। ଧନସଞ୍ଚୟରେ ସଫଳ ହେବେ। ସନ୍ତାନ ପକ୍ଷରୁ ଖୁସି ମିଳିବ। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ପୁରୁଣା ବିବାଦର ସମାଧାନ ମିଳିବ।

ସିଂହ- ଘାତ ଚନ୍ଦ୍ର ଯୋଗୁଁ ମାନସିକ ଅସ୍ଥିରତା ଦେଖାଦେଇପାରେ। ତର୍କବିତର୍କ ଠାରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ବ୍ୟୟ ହେବ। ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ। ଭଗବାନଙ୍କ ସ୍ମରଣ ମନକୁ ଶାନ୍ତି ଦେବ। ସନ୍ଧ୍ୟା ପରେ ପରିସ୍ଥିତି ଭଲ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

କନ୍ୟା- ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ। ପରିବାରରେ ସୁଖଶାନ୍ତି ରହିବ। ମିତ୍ରଙ୍କ ସହ ସାକ୍ଷାତ ହେବ। ନିବେଶ ପାଇଁ ଦିନଟି ମଧ୍ୟମ। ପ୍ରତିଷ୍ଠା ବଢ଼ିବ। ବିଦେଶ ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ଶୁଭ କାର୍ଯ୍ୟର ଯୋଜନା ସଫଳ ହେବ।

ତୁଳା- କର୍ମକ୍ଷେତ୍ରରେ ବିଳମ୍ବ ଦେଖାଦେଇପାରେ। ଅଧିକାରୀଙ୍କ ସହ ଭୁଲ ବୁଝାମଣା ହୋଇପାରେ। ଧନପ୍ରାପ୍ତିରେ ବାଧା ଆସିବ। ପରିବାରରେ ମନାନ୍ତର ଦେଖାଦେଇପାରେ। ଅନାବଶ୍ୟକ ଚିନ୍ତା ବଢ଼ିବ। ନୂତନ କାମରେ ତରବର ହୁଅନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ ସ୍ଥିତି ସୁଧୁରିବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

ବିଛା- ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଦୂରଯାତ୍ରା ଶୁଭ ରହିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ବ୍ୟବସାୟରେ ଲାଭ ହେବ। ନୂତନ ଜ୍ଞାନ ଲାଭ କରିବେ। ଉଚ୍ଚଶିକ୍ଷାରେ ସଫଳତା ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ।

ଧନୁ- ଅଚାନକ ବ୍ୟୟ ହୋଇପାରେ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ଗୁପ୍ତ ଶତ୍ରୁଙ୍କୁ ସତର୍କ ରୁହନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିବ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ପରିବାରର ସହଯୋଗ ରହିବ। ଋଣ କମାଇବାର ସୁଯୋଗ ମିଳିବ। ଦିନଟି ମିଶ୍ର ଫଳଦାୟକ ରହିବ।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ନୂତନ କାର୍ଯ୍ୟର ଆରମ୍ଭ ଶୁଭ। ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ସମ୍ମାନ ଓ ପ୍ରଶଂସା ପାଇବେ। ଅଟକିଥିବା କାମ ଆଗକୁ ବଢ଼ିବ। ବ୍ୟବସାୟରେ ନୂତନ ଗ୍ରାହକ ମିଳିବେ। ଶାରୀରିକ ଉତ୍ସାହ ବଢ଼ିବ।

କୁମ୍ଭ- ମାନସିକ ଅଶାନ୍ତି ବଢ଼ିପାରେ। ଅନାବଶ୍ୟକ ବ୍ୟୟ ହେବ। କର୍ମକ୍ଷେତ୍ରରେ ବିଳମ୍ବ ଦେଖାଦେବ। ଗୁପ୍ତ ବିରୋଧୀଙ୍କୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ। ପରିବାରରେ ମନାନ୍ତର ହୋଇପାରେ। ଧାର ଦେବା ଏଡ଼ାନ୍ତୁ। ଧ୍ୟାନ ଓ ପ୍ରାର୍ଥନାରେ ମନ ଶାନ୍ତ ରହିବ।

ମୀନ- ଆୟ ବୃଦ୍ଧିର ଯୋଗ ରହିଛି। ଇଚ୍ଛା ପୂରଣ ହେବ। ସନ୍ତାନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ବ୍ୟବସାୟରେ ଲାଭଦାୟକ ଦିନ। ସାମାଜିକ ସମ୍ମାନ ବଢ଼ିବ। ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ନୂତନ ଯୋଜନା ଭବିଷ୍ୟତରେ ଲାଭ ଦେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682